-
‘ଶ୍ରୀ ଅଟଳ ବିହାରୀ ବାଜପେୟୀ: ଦ ଟାଇଟାନ ଅଫ୍ ଗ୍ରେଟ ପଲିଟିସିଆନ’ ଉପରେ ସ୍ମାରକୀ ଉନ୍ମୋଚିତ
-
ଅଟଳ ବିହାରୀ ବାଜପେୟୀ: ଲାଇଫ ଆଣ୍ଡ ଲିଗାସି ନାମକ କ୍ଷୁଦ୍ର ଚଳଚିତ୍ରର ଶୁଭାରମ୍ଭ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଐତିହାସିକ ରବିନ୍ଦ୍ର ମଣ୍ଡପ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ, ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିରାସତ ପ୍ରତି ଏକ ଭବ୍ୟ ଓ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳିର ସାକ୍ଷୀ ହୋଇଛି । ନୃତ୍ୟଧାମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଅଟଳଜୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ପ୍ରତିନିଧି, କଳାକାର, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ଦର୍ଶକଙ୍କୁ ଏକତ୍ରିକ କରିଛି ।
ଏହି ଉତ୍ସବ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବହୁମୂଖୀ ବ୍ୟକ୍ତିତ୍ୱକୁ ପ୍ରତିଫଳନ କରିଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ତଥ୍ୟପୂଣ୍ଣ କବି ସମ୍ମିଳନୀ ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ପ୍ରଖ୍ୟାତ କବିମାନେ ଅଟଳ ଜୀଙ୍କ ନିଜସ୍ୱ କାବ୍ୟିକ ଆତ୍ମାର ଉତ୍ସାହକୁ ପ୍ରତିଧ୍ୱନିତ୍ୱ କରୁଥିବା କବିତାଗୁଡିକର ଆବୃତି କରିଥିଲେ । ଏହାପରେ ‘ଅଟଳ ବିହାରୀ ବାଜପେୟୀ : ଦ ମେକର ଅଫ୍ ମଡର୍ଣ୍ଣ ଇଣ୍ଡିଆ’ ବିଷୟ ଉପରେ ବିତର୍କ ଓ ପ୍ୟାନେଲ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ବରିଷ୍ଠ ସାମ୍ବାଦିକ ଓ ରାଜନେତାମାନେ ଅଂଶଗ୍ରହଣ କରିଥିଲେ ଯିଏ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନୀତି ଏବଂ ଦେଶର ବିକାଶ କ୍ଷେତ୍ରରେ ତାଙ୍କର ସ୍ଥାୟୀ ପ୍ରଭାବ ଉପରେ ଆଲୋଚନା କରିଥିଲେ ।
ପ୍ରଥମ ସନ୍ଧ୍ୟାରେ ଓଡିଶା ବିଧାନସଭାର ପୂର୍ବତନ ସଦସ୍ୟ, ଡଃ ଅରବିନ୍ଦ ଢାଲି ଅଟଳନାମ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ । ଏଠାରେ ଉପସ୍ଥିତ ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ନୃତ୍ୟ ଗୁରୁ ପଦ୍ମଶ୍ରୀ, ଦୂର୍ଗା ଚରଣ ରଣବୀର, ବରିଷ୍ଠ ସାମ୍ବାଦିକ, ଶ୍ରୀ ଅକ୍ଷୟ କୁମାର ସାହୁ , ନୃତ୍ୟ ବିଦୁଷି, ପ୍ରତିଭା ପଣ୍ଡା ଆଦି ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତଥିଲେ । ଉଦ୍ଘାଟନୀ ସମାରୋହରେ ନୃତ୍ୟଧାମ ପକ୍ଷରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଏବଂ ବିରାସତ ଉପରେ ଏକ ସ୍ମାରକୀ ଓ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚନ କରାଯାଇଥିଲା । ବାଜପେୟୀଙ୍କ ଉପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନୃତ୍ୟଧାମ ପକ୍ଷରୁ ଡଃ ଶୁଭଶ୍ରୀ ପଟ୍ଟନାୟଙ୍କ ନେତୃତ୍ୱରେ ଓ ନୃତ୍ୟାୟନ ପକ୍ଷରୁ ଓଡିଶୀ ନୃତ୍ୟଶିଳ୍ପୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଓ କାର୍ଯ୍ୟ ଉପରେ ଏକ ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ ଉପସ୍ଥାପନ କରିଥିଲେ । ଏହି ସନ୍ଧ୍ୟା ଡଃ ଶୁଭଶ୍ରୀଙ୍କ ଦ୍ୱାରା ମଙ୍ଗଳାଚରଣ ସହିତ ଆରମ୍ଭ ହୋଇଥିଲା ।