ହେଡଲାଇନସ୍:

ଦିବ୍ୟାଙ୍ଗ ଶିଶୁମାନଙ୍କ ସମ୍ପର୍କରେ ନିୟତି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଏକମାତ୍ର ମାନସିକ ଅନଗ୍ରସର ପିଲାଙ୍କ ପାଇଁ ଅହରହ ସେବାରତ/ତାଲିମ ଅନୁଷ୍ଠାନ ନିୟତୀ ଅନୁଷ୍ଠାନ, ଇଁରେଜୀ ନବବର୍ଷ୨୦୧୯ ପାଳନ ଅବସରରେ ନିୟତୀ ପରିସର ଆମ୍ବତୋଟା ଠାରେ ଏକ ବନବିହାର କାର୍ଯକ୍ରମ ସହ, ଦିବ୍ୟାଙ୍ଗଙ୍କ ପାଇଁ ଭୌତିକ ଚିକିତ୍ସା ଓ ତାଲିମ ସମ୍ପର୍କୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି  ଅବସରରେ ଦେବଦତ୍ତ ବେବର୍ତା ଏବଂ ବି. ସଂମ୍ପଦ କୁମାରଙ୍କ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ଚିତାକର୍ଷକ ଥିଲା । ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଫିଜିଓଥେରୋପୀର ତାଲିମ ଓ ଚିକିତ୍ସା ଅତ୍ୟନ୍ତ ଜରୁରୀ ଏବଂ ନିୟତୀ ଏହାକୁ ଏକବର୍ଷ ହେଲାଣି ଏହି ଯୋଜନାକୁ ଫଳପ୍ରଦ କରିବାରେ ସଫଳ ହେଇପାରିଛି ତେଣୁ ଦିବ୍ୟାଙ୍ଗ ଅଭିଭାବକ ମାନେ ଏହାର ସୁବିଧା ଗ୍ରହଣ କରିବା ପାଇଁ ଆହ୍ଵାନ ଦିଆଯାଇଥିଲା | ନିୟତୀର ସମ୍ପାଦକ ବିଚିତ୍ରାନନ୍ଦ  ବେବର୍ତା ସ୍ୱାଗତ ସମ୍ଭାଷଣ ଦେଇଥିବାବେଳେ ଡକ୍ଟର ଅଜୟକୁମାର ତ୍ରିପାଠୀ କର୍ମଶାଳାର ଅଧକ୍ଷତା କରିଥିଲେ।

ଅତିଥି ଭାବେ ସିସିଡି ର ନିର୍ଦେଶକ ଏ ଜଗନ୍ନାଥ ରାଜୁ, ଡାକ୍ତର ମୁର୍ମୁ, ଡକ୍ଟର କଲ୍ୟାଣି ମିଶ୍ର, ପ୍ରଫୁଲ୍ଲ ପଣ୍ଡା, ସୁବାସ ପଣ୍ଡା, ଭାରତ ଭୂଷଣ ମହାନ୍ତି, ପ୍ରମୋଦ ନାୟକ ଯୋଗଦେଇଥିଲେ। ସଭାଶେଷରେ ବନବିହାର ଓ ଭୋଜିସହ ପିଲାମାନଙ୍କର ନାଚ ଗୀତ ନୃତ୍ୟ ବେଶ ମନଛୁଆଁ ହେଇପାରିଥିଲା । ସମସ୍ତ କାର୍ଯକ୍ରମକୁ, ସ୍ନେହଲତା,ଜ୍ୟୋତ୍ସ୍ନା, ଶାଶ୍ବତୀ, ମମତା,ଶୈଳ, ସୁରେନ୍ଦ୍ର,ସୋନୁ ଜୟମ୍ମ।,ପୂର୍ଣ୍ଣବାସୀ ପ୍ରଭୃତି ପରିଚାଳନା କରିଥିଲେ।

0
0
0
s2sdefault