ହେଡଲାଇନସ୍:

ଓଏସ୍ଆରଟିସି ଆନେ୍ଦାଳନ ତେଜିଲା : ଭୂବନେଶ୍ୱର ଯିବ କ୍ରିୟାନୁଷ୍ଠାନ  କମିଟି  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ଓଡିଶା ରାଜ୍ୟ ପରିବହନ ସେବାର ପଦ୍ମପୁର ଶାଖାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଆସିଥିବା ବିଭାଗୀୟ ଅଧିକାରୀଙ୍କ ନିର୍ଦେଶକୁ ବିରୋଧ କରି ପଦ୍ମପୁର ଶାଖାର କର୍ମଚାରୀ,ପଦ୍ମପୁରର ବିଭିନ୍ନ ସାମାଜିକ ସଂଗଠନ,ଓକିଳ ସଂଘ,ନାଗରିକ କମିଟୀ,ବଣିକ ସଂଘ ଓ ବିଭିନ୍ନ ରାଜନୈତିକ ଦଳ ଓଡିଶା ରାଜ୍ୟ ପରିବହନ ସେବାର ପଦ୍ମପୁର ଶାଖା ସମ୍ମୁଖରେ ଧାରଣା ଦେଉଛନ୍ତି  ।ଏପର୍ଯ୍ୟନ୍ତ କୌଣସି ଫଳାଫଳ  ନ ମିଲିବାରୁ ଆନେ୍ଦାଳନକୁ ତୀବ୍ରତର କରିବା ପାଇଁ ସୋମବାର ଦିନ ଏକ କମିଟି ଗଠିତ ହୋଇଛି  । ଏହି କମିଟିରେ ଶ୍ରୀ ମନୋରଂଜନ ସିଂ ବରିହା ସଭାପତି,ଶ୍ରୀ ପ୍ରଶାନ୍ତ କୁମାର ମାଝୀ ସମ୍ପାଦକ,ଶ୍ରୀ ପ୍ରତାପ ମିଶ୍ର ଓ ତୁଳାରାମ ବେହେରା ଉପସଭାପତି ଭାବେ ମନୋନିତ ହୋଇଛନ୍ତି  ।ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ରାଜୁ ଘିବେଲା,ରାଧାମାଧବ ଦୋରା,ଅଶୋକ ପଧାନ,ମହେଶ କୁମାର ବେହେରା,ଯୋଗେନ୍ଦ୍ର ଭୋଇ,ମହିପାଲ ସାହୁ,ପରେଶନାଥ କର,ଚିନ୍ମୟ କୁମାର ପଣ୍ଡା,ରଘୁନାଥ ପୁରି,ପ୍ରତାପ କେଶରୀ ସିଂ ବରିହା,ଗୌନ୍ତିଆ କୁମାର ସାହୁ,ଟଙ୍କଧର କଂଟା,ହିତେଶ ଅଗ୍ରୱାଲ,ସିଦେ୍ଧଶ୍ୱର ମହାରଣା,ନବକିଶୋର ବରିହା,ଅଜିତ ଶତପଥି,ଅରବିନ୍ଦ ପଟ୍ଟନାୟକ,ସାମ୍ବାଦିକ ପ୍ରିୟରଂଜନ ଭୋଇ ଆଦି ସଦସ୍ୟ ଭାବେ ମନୋନିତ ହୋଇଛନ୍ତି  ।ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଛଅ ଜଣିଆ ସଦସ୍ୟଙ୍କ ଏକ କମିଟି ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚପଦାଧିକାରୀ ମାନଙ୍କୁ ସାକ୍ଷାତ କରିବା ପାଇଁ ମଙ୍ଗଲବାର ଦିନ ଭୂବନେଶ୍ୱର ଅଭିମୁଖେ ଯାତ୍ରା କରିବା ପାଇଁ ସ୍ଥିରିକୃତ ହୋଇଛି  ।ଏହି କମିଟିରେ ଶ୍ରୀ ମନୋରଂଜନ ସିଂ ବରିହା,ପ୍ରଶାନ୍ତ କୁମାର ମାଝୀ,ଯୁବନେତା ରାଜୁ ଘିବେଲା,ପ୍ରତାପ କୁମାର ମିଶ୍ର,ତୁଳାରାମ ବେହେରା ଓ ଗୌନ୍ତିଆ ସାହୁ ପ୍ରମୁଖ ରହିଛନ୍ତି  ।

0
0
0
s2sdefault