ସାକ୍ଷୀଗୋପାଳ/ପୁରୀ: ସ୍ଥାନୀୟ ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଡ୍ରାମାଟିକ କ୍ଲବ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ "ସମୟ କହିବ କିଏ କାହାର" ନାଟକ ପରିବେଷଣ ହୋଇଯାଇଛି । ଯାହାକୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ଅଂ,ମୁଖ୍ଯ ଅତିଥି ଭାବେ ଡକ୍ଟର ରାଧାକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ନାଟକରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଭୂୟଂଶୀ ପ୍ରସଂଶା କରିବା ସହ ଗାଁର ପ୍ରତିଭା ଗୌରବାନ୍ବିତ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମ ସଭାପତି ମନମୋହନ ମିଶ୍ର, ଭଲିବଲ ପ୍ରଶିକ୍ଷକ ତ୍ରିପାଠୀ, ପୂର୍ବତନ କଳାକାର ସୁଧୀର ଚନ୍ଦ୍ର ତ୍ରିପାଠୀ, ପଣ୍ଡିତ ବିଶ୍ବମ୍ଭର ଦାଶ ମଞ୍ଚାସିନ ରହି ଗ୍ରାମର ଐତିହ୍ଯ ଓ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ । ପରବର୍ତ୍ତି ସମୟରେ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାଏ ଯୋଗଦେଇ କଳାକାରଙ୍କ ଉତ୍ସାହ ବଢାଇଥିଲେ । ନାଟକଟି ସମ୍ପୂର୍ଣ୍ଣ ପାରିବାରିକ ଥିବାରୁ ରାତି ତମାମ ଦର୍ଶକ ଉପଭୋଗ କରିଥିଲେ । ନାଟ୍ୟକାର ଅନନ୍ତ ଓଝାଙ୍କ ଏ ନାଟକକୁ ଜୀବନ୍ତ କରିଥିଲେ କୁନି, ସାନୁ, ବାବି,ପିଣ୍ଟା, ଡଲୁ, ଚିକୁ, ଅଙ୍କିତ, ଜିତୁ,ସନ୍ତୁନା, ବାବୁ, ଜିଟା, ବାବା, ଅଖିଳ, ବିଶ୍ବରଞ୍ଜନ, ମୁନୁ, ସୀମା, କଳ୍ପନା, ବନ୍ଦନା ବିୟୁଟି ଓ ରଶନି ଆଦି କଳାକାରମାନେ । ନୃତ୍ଯ ନିର୍ଦ୍ଦେଶନା ବନ୍ଦନା ଡ୍ଯାନ୍ସ ଗ୍ରୁପ କରିଥିବା ବେଳେ ସଙ୍ଗୀତ ବିନୟ ଦାଶ ଓ ସାଥୀଙ୍କ ନିର୍ଦ୍ଦେଶନାରେ ମସଗୁଲ ହୋଇଥିଲେ ଦର୍ଶକ । ସିଦ୍ଧାର୍ଥ ଦାଶ, ଜ୍ୟୋତି ପ୍ରକାଶ ମିଶ୍ର, ଦିଲ୍ଲୀପ ମିଶ୍ର, ସମ୍ବିତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। କ୍ଲବର ସଭାପତି ପ୍ରଶାନ୍ତ କୁମାର ନନ୍ଦ ଓ ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀ , ସହ ସମ୍ପାଦକ ପବିତ୍ର କୁମାର ମିଶ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ ।
ରାଜ୍ୟ
ଶ୍ରୀରାମଚନ୍ଦ୍ରପୁର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
- Hits: 83