ହେଡଲାଇନସ୍:

ଜଗନ୍ନାଥ ମନ୍ଦିର ରେ ସମୀକ୍ଷା ବୈଠକ ଅନୁଷ୍ଠିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

#ଚାରି ବର୍ଷର ଉନ୍ନତି ଓ ଆୟବ୍ଯୟର ଚିଠା ଉପସ୍ଥାପନ
#ଖର୍ଚ୍ଚ ହୋଇଛି ଏକକୋଟି

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,୧୨l୧୦()-ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ମନ୍ଦିର ଉନୟନ କୁ ନେଇ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉନ୍ନୟନ କମିଟିର ସଭାପତି ଡଃ ସତ୍ଯ ପ୍ରକାଶ ପଣ୍ଡା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ଚାରିବର୍ଷ ମଧ୍ୟରେ ମନ୍ଦିରର କି ପ୍ରକାରର ଉନ୍ନତି ସବୁ ହାତକୁ ନିଆଯାଇଛି ଓ ଆଗକୁ କଣସବୁ କାର୍ଯ୍ଯ କରାଯିବ ସେନେଇ ବିଶୃତ ଭାବେ ଆଲୋଚନା ହୋଇଥିଲା। ଗତ ଚାରିବର୍ଷରେ ସରକାର ଙ୍କ ଅନୁଦାନ ଓ ଭକ୍ତଙ୍କ ଦାନ ଅର୍ଥରେ ପ୍ରାୟ ଏକକୋଟି ଟଙ୍କା ବ୍ଯୟ ରେ ମନ୍ଦିର ର ରଙ୍ଗଦିଆ ଠାରୁ ଆରମ୍ଭ କରି, ଚାରିପାଖରେ ଗ୍ରାନାଇଟ ପଡିବା, ମନ୍ଦିର କାର୍ଯ୍ଯାଳୟ ନିର୍ମାଣ, ସିସି କ୍ଯାମେରା ସ୍ଥାପନା, ପୁଜାରୀ ଘର ନିର୍ମାଣ, ପାନୀୟ ଜଳର ବ୍ଯବସ୍ଥା, ଭୋଗଯିବା ରାସ୍ତାର ଛାତ ନିର୍ମାଣ, ଭବ୍ଯ ଗୁଣ୍ଡିଚା ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ଇତ୍ଯାଦି ପାଇଁ ହୋଇଥିବା ଆୟବ୍ଯୟର ହିସାବ କୁ କୋଶାଧ୍ଯକ୍ଷ ସୂର୍ଯ୍ଯ ନାରାୟଣ ନାୟକ, ଉମା ଶଙ୍କର ଦାସ ଓ ଫକିର ନାୟକ ଉପସ୍ଥାପନା କରିଥିଲେ। ଆଗାମି ଦିନରେ ସିଂହଦ୍ବାର, ଅରୁଣ ସ୍ତମ୍ଭ, କାଶୀବିଶ୍ବନାଥ ମନ୍ଦିର, ବିନାୟକ ମନ୍ଦିର, ବିମଳା ମନ୍ଦିର, ହନୁମାନ ମନ୍ଦିର ସହ ମେଘନାଦ ପାଚେରୀ ଓ ଅନ୍ଯ ତିନି ଦ୍ବାରା ନିର୍ମାଣ କାର୍ଯ୍ଯ କରିବାର ଯୋଜନା ରହିଥିବା କଥା କାର୍ଯ୍ଯକାରୀ ସଭାପତି ଡଃ ସୂର୍ଯ୍ଯ ନାରାୟଣ ପଣ୍ଡା ସୂଚନା ଦେଇଥିଲେ। ଏହି ଅବସରରେ ବରିଷ୍ଠ ସଦଶ୍ଯ ଅକ୍ଷୟ ଦାସଙ୍କ ସଂଯୋଜନା ରେ ନୂତନ ମନ୍ଦିର ନିର୍ମାଣ ର ବିନ୍ଧାଣୀ ସାଜିଥିବା ଡଃ ରାମ ନାରାୟଣ ମହାନ୍ତି, ଦେବେନ୍ଦ୍ର ଚୌଧୁରୀ, ତ୍ରିନାଥ ପୂଜାରୀ, ବିଧାୟକ ସତ୍ଯଜିତ୍ ଗମାଙ୍ଗ, ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ଜଗନ୍ନାଥ ଙ୍କ ଶବର ସେବକ ଗାଙ୍ଗାରାଜୁ ଶବର ଓ ଅନ୍ଯଜଣେ ଶୃଙ୍ଖଳିତ ସେବକ ଜଗନ୍ନାଥ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା। ଏହି ବୈଠକରେ ଆସନ୍ତା ୩୦ ତାରିଖରୁ ମନ୍ଦିର ରେ ୨୪ ପ୍ରହର ନାମଜଜ୍ଞ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ସେନାର କାର୍ଯକାରୀ ସଭାପତି ଜିତେନ୍ଦ୍ର ନାୟକ ଏହାର ସମସ୍ତ ସୂଚନା ଦେଇଥିଲେ। ଶେଷରେ ବ୍ରହ୍ମା ଅଶୋକ ରଥସର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭ ରେ ବରିଷ୍ଠ ସଦଶ୍ଯ ତିରୁପତି ମହାନ୍ତି ଉଦେଶ୍ୟ ଜ୍ଞାପନ କରିଥିବା ବେଳେ କାଉନସିଲର ଭାଗିରଥି ବିଶ୍ବୋୟୀ ସ୍ବାଗତ ଭାଷଣ ଦେଇଥିଲେ। ଏହି ସଭାରେ ଅନ୍ଯ ମାନଙ୍କ ମଧ୍ୟରେ ଜିଆଇଇଟି ର ଉପ ସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା, ବରିଷ୍ଠ ଆଇନଜୀବୀ ଫଣୀ ଭୁଷଣ ପଟ୍ଟନାୟକ, ଗଦାଧର ପଣ୍ଡା, ଉନ୍ନୟନ କମିଟିର ସମ୍ପାଦକ ନିରଞ୍ଜନ ପାଢି, ଆଇନଜୀବୀ ରାଜେନ୍ଦ୍ର ପାଢି, ଦେବୀ ଆଚାର୍ଯ୍ୟ, ରମେଶ ଲିମା, ଇନ୍ଦ୍ରାକ୍ଷୀ ଦାସ, ମିଲି ପାଢି, ନିରଞ୍ଜନ ନାୟକ, ସୌରା ନାୟକ, ତିରୁପତି ପଣ୍ଡା, ଲାଡି ନୃଷିଂହମୁର୍ତ୍ତି, ଗୌରୀ ପଣ୍ଡା, ପୂଜକ ମନୋଜ ପାଢି, ବ୍ରହ୍ମା ଗୁପ୍ତେଶ୍ୱର ରଥସର୍ମା, ସୋଭାଗ୍ଯ ପତିତ, ଗୌରୀ ରଥ, ପ୍ରଶାନ୍ତ ମିଶ୍ର, ଅମ୍ବିକାରାଣୀ ମହାପାତ୍ର, ଡଃ ପ୍ରଶାନ୍ତ କୁମାର ହୋତା, ରାମ ପଣ୍ଡା, ସିମାଦ୍ରୀ ମଧୁ, ସୂର୍ଯ୍ଯ ରଥ, ଅଶୋକ ହୋତା, ଶ୍ରୀନିବାସ ରାଓ, ମୁନା ପାଣି, ନାଗଭୂଷଣ, ସିଏଚ ଶ୍ରୀନିବାସ ରାଓ, ଲାଡି ଶୁରେସ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault