ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଭଗବତୀ ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀଙ୍କ ସହଯୋଗରେ ଶନିବାର ବିଶ୍ବବିଦ୍ୟାଳୟ ପରିସର ସଫେଇ ହୋଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ନାୟକଙ୍କ ଉଦ୍ୟମରେ ବସନ୍ତ ଆଲଟିଆ, କୁଲୁ ପ୍ରଧାନ, ଶଙ୍କରନାୟକ, ସୁଶାନ୍ତ ମହାକୁଡ଼ ଶନିବାର ସକାଳେ ସ୍କୁଲରେ ପହଞ୍ଚି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ, ଶିକ୍ଷକ, ବୁଦ୍ଧିଆ ପାତ୍ର, ତ୍ରିଲୋଚନ ମହାକୁଡ଼, ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ ଏବଂ ଜ୍ଞାନୀ ଲକ୍ଷ୍ମୀ ସେଠୀଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ଭିତର ଓ ବାହାର ପରିସ୍ ମଧ୍ୟରେ ପଡିରହିଥିବା ଆବର୍ଜନା ଗୁଡିକ ବାହାରି ପରିସ୍କାର ହୋଇଥିଲା । ଏବଂ ସେଠାରୁ ବାହାରିଥିବା ସମସ୍ତ ଆବର୍ଜନା ଗୁଡ଼ିକୁ ଏକ ପିକଅପ୍ ଭ୍ୟାନ ମାଧ୍ୟମରେ ବିଦ୍ୟାଳୟ ନିକଟରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
ରାଜ୍ୟ
ଗ୍ରାମବାସୀଙ୍କ ସହଯୋଗରେ ସଫାହେଲା ବିଦ୍ୟାଳୟ,
- Hits: 297