ଆରଏଏ, ଓଡ଼ଗାଁ, ରାଜପାଟଣା, ନାଗମୁଣ୍ଡୁଳୀ ଓ ମଣିଙ୍ଗ୍ କ୍ଳବ ନୟାଗଡ଼ ସେମିଫାଇନାଲରେ ପ୍ରବେଶ
ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଓଡ଼ଗାଁ କଲେଜ ରୋଡ଼ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଅଣ୍ଡର - ୧୯ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଆରଏଏ, ଓଡ଼ଗାଁ, ରାଜପାଟଣା, ନାଗମୁଣ୍ଡୁଳୀ ଓ ମଣିଙ୍ଗ୍ କ୍ଳବ ନୟାଗଡ଼ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ ଓଡ଼ଗାଁ ଏବଂ ସୋରଡ଼ା କିଙ୍ଗସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଆୟୋଜକ ଦଳ ଓଡ଼ଗାଁ ୧-୦ ଗୋଲରେ ବିଜୟ ହାସଲ କରି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା । ଆଜିର ଦ୍ବିତୀୟ ମ୍ୟାଚରେ ଖଣ୍ଡପଡ଼ା ଦଳ ଅନୁପସ୍ଥିତ ରହିବା କାରଣରୁ ରାଜପାଟଣା ଦଳ ଓ୍ବାଓଭର ଜରିଆରେ ସେମିଫାଇନାଲରେ ପ୍ରବେଶ କରିଥିଲା । ସେହିପରି ତୃତୀୟ ମ୍ୟାଚରେ ନାଗମୁଣ୍ଡୁଳୀ ୧-୦ ଗୋଲରେ ଇଟାମାଟିକୁ ହରାଇ ବିଜୟ ହାସଲ କରିଥିଲା ବେଳେ ମଣିଙ୍ଗ୍ କ୍ଳବ ନୟାଗଡ଼ ଗୈ।ଡପୁଟକୁ ୦-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଆସନ୍ତାକାଲି ରବିବାର ଦିନ ପ୍ରଥମ ସେମିଫାଇନାଲ ମ୍ୟାଚ ଆୟୋଜକ ରଘୁନାଥ ଆଥଲେଟିକ ଆସୋସିଏସନ୍, ଓଡ଼ଗାଁ ଓ ମଣିଙ୍ଗ୍ କ୍ଳବ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ସେମିଫାଇନାଲ ରାଜପାଟଣା ଓ ନାଗମୁଣ୍ଡୁଳୀ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ । ଏବଂ ଉଭୟ ମ୍ୟାଚର ବିଜୟୀ ଦଳଙ୍କ ମଧ୍ୟରେ ରବିବାର ଅପରାହ୍ନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆଜିର ସମସ୍ତ ମ୍ୟାଚ୍ ଗୁଡ଼ିକ ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ତଥା ଖେଳ ମଣିଷ ଦିବାକର ନାୟକଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିଲା ।