ହେଡଲାଇନସ୍:

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୮ତମ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ପାରଳାଖେମୁଣ୍ଡି ସ୍ଥିତ ଶିଶୁମନ୍ଦିରରେ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଚାର୍ଯ୍ୟ ସରୋଜ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିନୋଦ ଚନ୍ଦ୍ର ଜେନା ରମେଶ ଚନ୍ଦ୍ର ସାହୁକାର, ସନ୍ତୋଷ କୁମାର ପାଢୀ,କିରଣ କୁମାର ପାଢୀ, ମହନ୍ତ ରାମାନନ୍ଦ ଦାସଜୀ ଅତିଥି ଭାବେ ମଞ୍ଚାସୀନ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଜନ୍ମେଜୟ ସାହୁ  ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନାଦି ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥି ପୂର୍ବରୁ ବିଭିନ୍‍ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଅତିଥି ମାନଙ୍କୁ । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଗୁରୁଜୀ ଓ ଗୁରୁମା ମାନେ ପରିଚାଳନା କରିଥିଲେ ।

 

0
0
0
s2sdefault