ହେଡଲାଇନସ୍:

୭ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦ୍‍ଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଏବଂ ମଞ୍ଚ ନାଟକର ପୁନରୁଦ୍ଧାର ଓ ପ୍ରଚାର ଉଦ୍ଦେଶ୍ୟରେ ଗତ ୩ଦିନ ବ୍ୟାପି ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ପଡିଆ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ, ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଚାଲିଥିବା ୭ମ ରାଜ୍ୟ ସ୍ତରୀୟ ପାରଳାନାଟକ ମହୋତ୍ସବ ୨୦୧୮ ଉଦ୍‍ଯାପିତ ହୋଇଯାଇଛି ।କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱରେ ଉଦ୍‍ଘାଟନୀ ଓ ବିଭିନ୍ନ ଦିନର ନାଟ୍ୟକାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର ଦାସ ପୂର୍ବତନ ବିଧାୟକ କେ. ନାରାୟଣ ରାଓ ପାରଳା ସ୍ୱାଭିମାନର ମୁଖ୍ୟ ଡ: ତିରୁପତି ପାଣିଗ୍ରାହୀ, ଭୁବନେଶ୍ୱରର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇଥିଲେ । ସେହିଭଳି ଉଦ୍‍ଯାପନୀ ଦିବସରେ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଗଜପତି ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଧାୟକ କେ.ସୂର୍ଯ୍ୟା ରାଓ ଏବଂ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଓଡିଶାର ପ୍ରଥମ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଛା ଓ ପ୍ରଥମ ନାଟ୍ୟ ମଞ୍ଚ ପଦ୍ମନାଭ ରଙ୍ଗାଳୟ ଏହି ପାରଳା ମାଟିର  । ସେତେବେଳେ ନାଟକ ମଞ୍ଚସ୍ଥ ପାଇଁ ରାଜପରିବାର ପକ୍ଷରୁ ପୁଷ୍ଟପୋଷକତା ଦିଆଯାଉଥିଲା । ଓଡିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପାରଳା ମହାରାଜା  କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ । ଆଧୁନିକ ଯୁଗରେ ଇଣ୍ଟରନେଟ, ସିନେମା, ଟିଭି ପ୍ରଭାବରେ ମୌଳିକ ପାରମ୍ପରିକ କଳା ଓ ସଂସ୍କୃତି ଭଳି ମଉଳି ଯାଉଥିବା ବେଳେ ଏସବୁକୁ ଉଦ୍‍ଯିବିତ କରି ରଖିବା ଦିଗରେ କ୍ରିଏଟିଭ ଆର୍ଟସର ପ୍ରୟାସ ପ୍ରଶଂସନୀୟ କରିଥିଲେ । ଏଭଳି ମଞ୍ଚ ନାଟକ ଦ୍ୱାରା ଲୁକାୟିତ କଳା ପ୍ରତିଭା ଉଦ୍‍ଯିବିତ ହେବା ସହ ସମାଜକୁ ଏକ ଭଲ ଦିଗ୍‍ଦର୍ଶନ ଦେଇ ହେବ ବୋଲି କହିଥିଲେ । ମନୁଷ୍ୟ ନିଜର ପ୍ରଖର ବୁଦ୍ଧି, ବିବେକ, ବିଚାରଶକ୍ତି ଯୋଗୁଁ ଭଗବାନଙ୍କ ସୃଷ୍ଟିରେ ଶ୍ରେଷ୍ଟ ସୃଷ୍ଟି ରୁପେ ବିବେଚିତ ହୁଏ । କିନ୍ତୁ ବଡ ଲୋକ ହେବାର ନିଶା , ବିଦେଶ ଯିବାର ଦୁର୍ବାର ଲାଳସା, ଧନସମ୍ପଦ ପ୍ରାଚୁର୍ଯ୍ୟ ଭିତରେ ବୁଡି ରହିବାର ସ୍ୱପ୍ନିଳ ଚିନ୍ତା ଧାରା ,ଏକ  ଅନ୍ତହିନ ଆଶାର କୁହଳି ପରଧି ଭିତରେ ନ୍ୟାସ୍ତ ସ୍ୱାର୍ଥକୁ ମୃଗନାଭ କସ୍ତୁରୀ ତୁଲ୍ୟ ଖୋଜିବାର ଉଦମ୍ୟ ପ୍ରଚେଷ୍ଟା ତଥା ଅହମିକା ଏବଂ ଅହଂକାର ବୋଧର ଶୀର୍ଶରେ ପହଞ୍ଚି ମନୁଷ୍ୟତାର ହିତା ହିତ ଜ୍ଞାନ ଭୁଲି ବିବେକହୀନ ବିଚାରବୋଧର ପଶାପାଲିରେ ଏପରିକି ନିଜର ସ୍ତ୍ରୀକୁ ମଧ୍ୟ ଅଣ ରଖିବାକୁ ପଛାଏ ନାହିଁ । ହେଲେ ଭଲ ପାଇବାର ଯୋଗ୍ୟ ବେଦିରେ ନିଜକୁ ତିଳତିଳ କରି ଆହୁତି ଦେଇ ହତାଶର ବହ୍ନିରେ ଜଳି ଜଳି, ଶେଷରେ ସ୍ୱାମୀ ପରମେଶ୍ୱର ଚିନ୍ତା ଧାରାରେ ଉଦ୍‍ବୁଦ୍ଧ ହୋଇ ବିଚରା ସ୍ତ୍ରୀ ସର୍ବସ୍ୱକୁ ଜଳାଞ୍ଜଳି ଦେଇ ଆତ୍ମସମିକ୍ଷା କରେ, ତା'ର ଜ୍ୱଳନ୍ତ ନିର୍ଦ୍ଦେଶନ ନାଟକ ମୃଗତୃଷ୍ଣା ।  ପ୍ରଥମ ସନ୍ଧ୍ୟାରେ ପାରଳାଖେମୁଣ୍ଡିର କ୍ରିଏଟିଭ ଆର୍ଟସର କଳାକାର ମାନେ ମଞ୍ଚସ୍ଥ କରିଥିଲେ "ମୃଗତୃଷ୍ଣା" ନାଟ୍ୟକାର ଲିଙ୍ଗରାଜ ନାୟକ ରଚନା କରିଥିବା ବେଳେ ନାଟ୍ୟନିର୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଓ ପ୍ରବୀଣ ପଣ୍ଡାଙ୍କ ନିର୍ଦ୍ଦେଶନା ଦେଇଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ନାଟକ ଭୁବନେଶ୍ୱର ଜୀବନରେଖା ଅନୁଷ୍ଠାନର ଅଭିନ୍ନ ରାଉତଙ୍କ ନିର୍ଦ୍ଦେଶନାରେ ଚଳିଚିତ୍ର ଅଭିନେତ୍ରୀ କୀର୍ତ୍ତି ମହାନ୍ତିଙ୍କ ଏକକ ଅଭିନୟରେ ତା' ମା' ର କାହାଣୀ ମଞ୍ଚସ୍ଥ ହୋଇଥିଲା । ଉଦ୍‍ଯାପନୀ ଦିବସରେ ପୁରୀ, ରଙ୍ଗଶାଳାର ଉପସ୍ଥାପନାରେ ନାଟ୍ୟକାର ଗଣେଶ୍ୱର ମହାପାତ୍ରଙ୍କ ନାଟକ "ସର୍ଜନା" ବିକ୍ରମ ସାହୁଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କ୍ରିଏଟିଭ ଆର୍ଟସ ର ସମ୍ପାଦକ ମନୋଜ ପାଢୀ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ, ଉପସଭାପତି ଏମ. ପୃଥ୍ୱୀ ରାଜ, ହରିହର ପଟ୍ଟନାୟକ , ମାତାଙ୍ଗିନି ଗୁରୁ, ହର ତ୍ରିପାଠୀ ପରିଚାଳନା କରିଥିଲେ ।

0
0
0
s2sdefault