ହେଡଲାଇନସ୍:

ଉଜ୍ୱଳା- ସାନିଟେରୀ ନାପକିନ୍‍ ପ୍ରସ୍ତୁତି ଓ ଯୋଗ୍ୟତା ବ୍ୟବସ୍ଥାର  ଶୁଭାରମ୍ଭ ଓ ମହିଳାଙ୍କ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଉଜ୍ୱଳା- ସେନିଟେରୀ ନାପକିନ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ଏବଂ ସାନିଟେରି ନାପକିନ ଓ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ମହିଳା ହିତାଧିକାରୀଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି ଗାଁ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୈଳ ବିପଣନ କମ୍ପାନୀ ଓ ଜନସେବା କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ସମେତ ସେମାନଙ୍କ ରୋଜଗାର କ୍ଷମ ଓ ସଶକ୍ତିକରଣ କରିବା ଉଦ୍ଦେଶ୍ୟ ନେଇ ଦେଶର ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀ ଗୁଡିକ ପକ୍ଷରୁ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ରାଜ୍ୟର ୯୩ଟି ବ୍ଲ୍‍କ ରେ ୧୦୦ଟି ଉଜ୍ୱାଳା ସାନିଟେରୀ ନାପକିନ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଝାମି ଏବଂ ରାୟଗଡ ବ୍ଲକର ଲାଞ୍ଜିପଦର ଗ୍ରାମରେ ଗୋଟିଏ ଲେଖାଏଁ ୟୁନିଟ ସ୍ଥାପନ ହେବ । ଏହି ଅବସରରେ ଭୁବନେଶ୍ୱର ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପ୍ରସ୍ତୁତ ୟୁନିଟ ସ୍ଥାପନର ଶୁଭାରମ୍ଭର ଲାଇଫ ଟେଲିକାଣ୍ଟ ଏଠାରେ ମହିଳା ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ତୈଳ ବିପଣନ କମ୍ପାନୀ ସାମାଜିକ ବିକାଶ ଅଧିକାରୀ ନରସିଂହ ବେହେରା, ଜନସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଗୁଡେଲା ରାକେଶ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୃସିଂହ ଚରଣ ମିଶ୍ରଙ୍କ ସମେତ ସରପଞ୍ଚ, ଵାର୍ଡମେମ୍ୱର ଓ ଅଙ୍ଗନଵାଡି କର୍ମୀ ପ୍ରମୁଖ ମଞ୍ଚାସୀନ ରହି ମହିଳା ମାନଙ୍କୁ ଉଜ୍ୱାଳା ସାନିଟେରୀ ନାପକିନର ଆବଶ୍ୟକତା , ତାହା କଣ , ତାର ବ୍ୟବହାର ପ୍ରଭୃତିର ବିଭିନ୍ନ ଦିଗ ଉପରେ ବୁଝାଇ ସଚେତନ କରାଇ ଏହା ଦ୍ୱାରା ଜଣେ ମହିଳା ସ୍ୱାସ୍ଥ୍ୟ ଗତ ଦିଗରେ କିଭଳି ସୁସ୍ଥ ଜୀବନ ଜାପନ କରିବ ତାହା କହିଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଉଜ୍ୱାଳା ଯୋଜନା ସମ୍ପର୍କରେ ବୁଝାଇ ପୂର୍ବେ ମହିଳା ମାନେ କିପିରି ରାନ୍ଧୁଥିଲେ ଓ ପରେ ଉଜ୍ୱାଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ସେବା ପାଇ   କିଭଳି ରୋଷେଇ କରୁଛନ୍ତି ଏବଂ ଏହା ଦ୍ୱାରା କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବିସ୍ତୁତ ଭାବେ ବୁଝାଇଥିଲେ । ଏହି ଅବସରରେ ଉପସ୍ଥିତ ମହିଳା ମାନଙ୍କୁ ପାରଳାଖେମୁଣ୍ଡି ଠାରେ ଥିବା ଏଚପି ଗ୍ୟାସ , ଗଜପତି ଏଣ୍ଟରପ୍ରାଇଜେସର ବରିଷ୍ଠ କର୍ମଚାରୀ ବିଜୟ ପ୍ରଧାନ ଓ ଟିତିଲି ପାଢୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ୟାସ ସିଲିଣ୍ଡରର ସୁରକ୍ଷିତ ବ୍ୟବହାର ଉପରେ ବିଭିନ୍ନ ଉପାୟର ଗ୍ୟାସ ଚୁଲା ଓ ଗ୍ୟାସ ସିଲିଣ୍ଡର ପ୍ରଦର୍ଶନ କରାଇ ବୁଝାଇ ମହିଳା ମାନଙ୍କୁ ସଚେତନ କରାଇଥିଲେ ।

0
0
0
s2sdefault