ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ସରକାରଙ୍କ ଜଦ୍ୱାରା ଅନ୍ଲାଇନ ରେଜିଷ୍ଟ୍ରସନ ପ୍ରକ୍ରିୟାକୁ ଘୋର ବିରୋଧ କରି ସମଗ୍ର ରାଜ୍ୟରେ ମୋହରିର ମାନେ ବିରୋଧ କରିଥିବା ବେଳେ ଭଦ୍ରକରେ ମଧ୍ୟ ଦିନ ତମାମ୍ ଆନ୍ଦୋଳନ ଜାରି ରହିଥିଲା । ଭଦ୍ରକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଜିଲ୍ଲା ମୋହରିର ସଂଘ ସମ୍ପାଦକ ଉମାକାନ୍ତ ସାହୁ ଓ ସହସମ୍ପାଦକ ରାମଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । ଏଥିରେ ଭଦ୍ରକ ଜିଲ୍ଳାର ୩୦୦ରୁ ଉର୍ଦ୍ଧ୍ବ ମୋହରିର ସାମିଲ ହୋଇ ସରକାରଙ୍କ ଏହି ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଛନ୍ତି । ସଂଘର ସମ୍ପାଦକ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓଡିଶାରେ ୩୦ହଜାର ମୋହରିର ପରିବାର ଅନ୍ଲାଇନରେ ରେଜିଷ୍ଟେ୍ରସନ ହେବା ଦ୍ୱାରା ସେମାନଙ୍କ ଜୀବନ ଜୀବିକା ହରାଇବେ । ଏହାଛଡା ମୋହରିରଙ୍କ ଶାଖାରେ କାର୍ଯ୍ୟ କରୁଥିବା ପାଖାପାଖି ୨୦ହଜାର ପିଲା ମଧ୍ୟ ଜୀବିକା ହରାଇବେ । ସରକାରଙ୍କ ଦ୍ୱାରା ୮ଟି ବିଭାଗରେ ଚାଲିଥିବା କାର୍ଯ୍ୟରେ ଅନ୍ଲାଇନ ରେଜିଷ୍ଟେ୍ରସନ ନ କରିବାକୁ ଦାବି କରାଯାଇଛି । ନଚେତ ସମସ୍ତ ମୋହରିର ପରିବାର ପକ୍ଷରୁ ସରକାରଙ୍କ ବିପକ୍ଷରେ ଜୋରଦାର ଆନେ୍ଦାଳନ ଚଳାଇବେ ବୋଲି ଚେତାବନୀ ଦେଇଛନ୍ତି ।
ରାଜ୍ୟ
ଅନଲାଇନ ରେଜିଷ୍ଟ୍ରେସନ ବିରୁଦ୍ଧରେ ଭଦ୍ରକ ମୋହରିର ସଂଘର ଆନ୍ଦୋଳନ
- Hits: 419