ହେଡଲାଇନସ୍:

ଚାଲନ୍ତୁ ବିଶ୍ରାମ ପାଇଁ ଦିନଟିଏ ଉତ୍ସର୍ଗ କରିବା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱ ବିଶ୍ରାମ ଦିବସ ପାଳିତ

ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଚାଲନ୍ତୁ ବିଶ୍ରାମ ପାଇଁ ଦିନଟିଏ ଉତ୍ସର୍ଗ କରିବା ।  Lets dedicate a day for rest . ଏହି ମର୍ମ ନେଇ ଡିସେମ୍ବର ତିରିଶ ତାରିଖଟିକୁ ଦୀର୍ଘ ପାଞ୍ଚ ବର୍ଷ ଧରି ବିଶ୍ୱ ବିଶ୍ରାମ ଦିବସ ରୂପେ ପାଳନ କରାଯାଇଆସୁଛି । ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଙ୍କ ପରିକଳ୍ପନା ଏବଂ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା “ବିଶ୍ୱ ବିଶ୍ରାମ ଦିବସ” ୨୦୧୮ ମସିହାରେ ଇଣ୍ଡିଆ ବୁକ୍ ଅଫ୍ ରେକଡ୍ସରେ ସ୍ଥାନ ମିଳିଛି । “ଭାଲେଣ୍ଟାଇନ୍”, “ଚକୋଲେଟ୍”, “ହେପାଟାଇଟସ୍”, “ସ୍ୱାସ୍ଥ୍ୟ”, “ଆଇନ” ଆଦି ବିଭିନ୍ନ ଦିବସ ପାଳିତ ହେଉଥିବାବେଳେ ବିଶ୍ରାମ ପାଇଁ ସ୍ୱତନ୍ତ୍ର ଦିବସଟିଏ ନାହିଁ । ପ୍ରତିଟି ମଣିଷ ଜୀବନରେ ବିଶ୍ରାମର ଗୁରୁତ୍ୱ ସମ୍ପର୍କିତ ସଚେତନତା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ କରିବା ଏହି ଦିବସ ପାଳନ କରିବାର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ତ୍ରିପାଠୀ  କହନ୍ତି । “ବିଯୁକ୍ତାତ୍ମକ ଗୁଣ” କୁ ସଂପୂର୍ଣ୍ଣ ବିରାମ ଦେଇ ବଂଚିପାରିଲେ ମଣିଷ ଜୀବନ କାଳରେ ବିଶ୍ରାମ ତଥା ଅନ୍ତିମ ବିଶ୍ରାମ ପ୍ରକୃତ ଓ ପ୍ରକୃଷ୍ଟ ହୋଇପାରିବ । ଏହା ହିଁ ଏଇ ଦିବସ ପାଳନର ଭାଗବତ, ମାର୍ମିକ ଏବଂ ଦାର୍ଶନିକ ଦିଗ୍ଦର୍ଶନ ବୋଲି ଏହି ଦିବସର ଗୁରୁତ୍ୱ ଉପଲବ୍ଧି କରି “ଇଣ୍ଡିଆ ବୁକ୍ ଅଫ୍ ରେକଡ୍ସ” ଶ୍ରୀ ତ୍ରିପାଠୀଙ୍କୁ ଏକ ମାନପତ୍ର, ମେମୋଣ୍ଟୋ ପ୍ରଦାନ କରିଛନ୍ତି । ଆଜି ଭଦ୍ରକ ଜିଲ୍ଲା କୋରକରା ପଞ୍ଚାୟତ ଅନ୍ତର୍ଗତ ୱାଡର଼୍ ନଂ-୪, ନୂଆସାହି ହରିଜନ ସାହିରେ ଏ ଦିବସଟି ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ଏ ଦିବସ ପାଳନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଲତା ମୁଣ୍ଡା, ସୋମ୍ ଆଶୀର୍ବାଦ ମାମାଲି, ଚାରୁମୁଣ୍ଡା, ସୁଧାକର ମହାଳିକ, ମାନବାଧିକାରୀ କର୍ମୀ ସୀତାକାନ୍ତ, ସ୍ମୃତି ରଞ୍ଜନ, ରେବତୀ ମୁଣ୍ଡା ଆଦି ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଦିନ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ କୁନି କୁନି ପିଲାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ବିଶ୍ରାମ ସଂପର୍କରେ ବୁଝାଯାଇଥିବାବେଳେ ଦୁଇ ପ୍ରହର ୩ଟାରୁ ସଂଧ୍ୟା ୭ ପର୍ଯ୍ୟନ୍ତ ଅନ୍ୟାନ୍ୟ ଗ୍ରାମବାସୀଙ୍କ ସହ ବିଶ୍ରାମର ତତ୍ତ୍ୱ ଦର୍ଶନକୁ ଆଲୋଚନା କରାଯାଇଥିଲା । 

0
0
0
s2sdefault