ବରଗଡ/ନିଳ ଦୀପ- ଶହୀଦ ପୀଠ ବୀରଭୂମି ଘେଁଷଠାରେ ପ୍ରଶାସନ ତରଫରୁ ବୀରତା ଦିବସ ୨୦୧୮ ପାଳିତ ହୋଇଯାଇଛି । ପଦ୍ମପୁର ଉପଜିଲ୍ଲାପାଲ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର,ଲୋକକବି ହଲଧର ନାଗ,ତଥା ଅନ୍ୟାନ୍ୟ ଅତିଥି ଏବଂ ଜନସାଧାରଣ ଏବଂ ସଂଗ୍ରାମୀ ବୀର ମାଧୋ ସିଂଙ୍କ ଘରକୁ ଯାଇ ତାଙ୍କର ଦାୟତଙ୍କ ସହିତ ସାକ୍ଷାତ ପୂର୍ବକ ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ତାପରେ ସ୍ମୃତିପିଠରେ ଉପଜିଲ୍ଲାପାଲ, ଅତିଥି ମାନେ,ମାନ୍ୟଗନ୍ୟ ବ୍ୟକ୍ତିତଥା ଶହୀଦପରିବାରର ସଦସ୍ୟ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ବୀର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଶହୀଦଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ସ୍ମୃତି ସଭାରେ ସୋହେଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ଗଡତିଆ ଅଧ୍ୟକ୍ଷତା କରିଥିଲେ। ସଭାପ୍ରାରମ୍ଭରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ସହୀଦ ମାଧୋ ସିଂ ଏବଂ ମା ସମଲେଇଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୌଳତ ଚନ୍ଦ୍ରାକର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ତାଙ୍କର ବକ୍ତବ୍ୟରେ ଘେଁଷଠାରୁ ଆରମ୍ଭ ହୋଇଥିବା ମୁକ୍ତିସଂଗ୍ରାମ ପୃଷ୍ଠଭୂମି ତଥା ବୀରତ୍ୱର ଇତିହାସକୁ ବଂଚାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ସମ୍ମାନୀତ ଅତିଥି ଭାବରେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ସଂଗ୍ରାମୀ ମାନଙ୍କର ବିରତାରଗାଥାକୁ ଉଜ୍ଜୀବିତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସୋହେଲା ତହସିଲଦାର ଶ୍ରୀ ବିଶ୍ୱରଂଜନ କର ଏବଂ ଜିଲ୍ଲାପରିଷଦ ସଦସ୍ୟ ଶ୍ର ଦୟାନିଧି ପଟେଲ ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତାଭାବରେ ଶ୍ରୀ ଅଶୋକ କୁମାର ପୂଝାରୀ ଯୋଗଦାନ କରି ସହିଦ ପରିବାରର ବୀରତ୍ୱର ଇତିହାସକୁ ବକ୍ତବ୍ୟରେ ପ୍ରତିପାଦନ କରିଥିଲେ ।ଅନ୍ୟତମ ଅତିଥି ଭାବରେ ଘେଁଷ ସରପଂଚ ତଥା ସଂଗ୍ରାମୀ ପରିବାରର ଦାୟଦ ରାଜମାତା ମମତା ସିଂ ବରିହା ଯୋଗଦାନ କରିଥିଲେ। ଏହି ଅବସରରେ ସହୀଦ ପରିବାରର ଦୟାଦ ରାଜମାତା ମମତା ସିଂ ବରିହା ଓ ଲୋକକବି ହଳଧର ନାଗଙ୍କୁ ମୁଖ୍ୟଅତିଥି ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବୀରତା ଦିବସ ଅବରରେ ପୂର୍ବରୁ ଆୟୋଜିତ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାର କୃତିପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରଷ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।ଏହି ପ୍ରତିଯୋଗିତାରେ ପ୍ରଥମ କନିଷ୍ଠ ବିଭାଗ ପାଇଁ ସରସ୍ୱତୀ ଶିଶି ମନ୍ଦିର ଘେଁଷର ସାଇଶ୍ରୀ ନୂପୁର ପ୍ରଥମ,ଘେଁଷ ଉଚ୍ଚ ବିଦ୍ୟାଳୟର ସ୍ନେହାମୟୀ ସାହୁ ଦ୍ୱିତୀୟ ଏବଂ ଦେବ ମହାନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିବା ବେଲେ ବରିଷ୍ଠ ବିଭାଗ ପାଇଁ ଘେଁଷ ଉଚ୍ଚ ବିଦ୍ୟାଳୟର ପ୍ରାଚୀନ ପ୍ରଧାନ ପ୍ରଥମ,ରାଶେଶ୍ୱରୀ ଭୋଇ ଦ୍ୱିତୀୟ ଏବଂ ବୀଣାପାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରାରାମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ସଭାଶେଷରେ ଘେଁଷ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କେଶବଲାଲ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘେଁଷ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ,ମାନ୍ୟଗନ୍ୟ ବ୍ୟକ୍ତି ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ତଥା ଜନସାଧାରଣ ଯୋଗଦାନ କରିଥିଲେ ।
ରାଜ୍ୟ
ଶହୀଦ ପୀଠ ବୀରଭୂମି ଘେଁଷଠାରେ ଉପଖଣ୍ଡସ୍ତରୀୟ ବୀରତା ଦିବସ
- Hits: 446