ହେଡଲାଇନସ୍:

ଶ୍ରମିକଙ୍କୁ ଶ୍ରମମନ୍ତ୍ରୀ ସୁଶାନ୍ତଙ୍କ ଆହ୍ବାନ  : ନିର୍ମାଣ ଶ୍ରମିକ କାର୍ଡ ତିଆରି ପାଇଁ କେହି ଦଲାଲ ଟଙ୍କା ମାଗିଲେ ପୋଲିସକୁ ଖବର ଦିଅ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ହଲଦିପାଲିଠାରେ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ

ସୋହେଲା(ଶାସକପ୍ରଶାସକ)-ନିର୍ମାଣ ଶ୍ରମିକ କାର୍ଡ  ହେଉଛି ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରୁଥିବା ନିର୍ମାଣ ଶ୍ରମିକ ଭାଇଭଉଣୀ ମାନଙ୍କ ହକ୍  । ଏହା ସେମାନଙ୍କ ପ୍ରତି ଦୟା ନୁହେଁ  । ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ସେବା ଓ ଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ପାଇଁ ଅଙ୍ଗିକାରବଦ୍ଧ । ଆଉ ନିର୍ମାଣ ଶ୍ରମିକ କାର୍ଡ ସେ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପରିକଳ୍ପନା । ବିନା ପଇସା ଖର୍ଚ୍ଚରେ ଶ୍ରମିକ ଭାଇମାନେ ଏହି କାର୍ଡ ପାଇବା ସହ ଏହି କାର୍ଡ ସହିତ ଯୋଡା ହୋଇଥିବା ସମସ୍ତ ସୁବିଧା ସୁଯୋଗ  ଯେପରି ପାଇପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥା କରିଛନ୍ତି  । ସବୁ ଜିଲ୍ଲା ପରି ବରଗଡ ଜିଲାରେ ମଧ୍ୟ ନିର୍ମାଣ ଶ୍ରମିକ ପାଇଁ ଆବେଦନ କରୁଥିବା ଆବେଦନକାରୀମାନଙ୍କୁ  କାର୍ଡ ତିଆରି କରିବା ପାଇଁ କାହାରିକୁ ଟଙ୍କାଟିଏ ମଧ୍ୟ ଦେବାର ଦରକାର ନାହିଁ । ଶ୍ରମ ବିଭାଗରେ ଦାୟିତ୍ୱ ନେବା ପରେ ଏହି ବିଭାଗରେ ଦଲାଲିରାଜ ଖତମ ହୋଇ ଯାଇଛି । କିନ୍ତୁ କେତେକ ଦଲାଲ ଏବେ ମଧ୍ୟ ସକ୍ରିୟ ଅଛନ୍ତି । ସେମାନେ ପେନ୍ଥା ପେନ୍ଥା ଆବେଦନପତ୍ର ଧରି ଶ୍ରମ ବିଭାଗକୁ ଯାଇ କାର୍ଡ ବନାଇ ଦେବା ପାଇଁ ଶ୍ରମ ବିଭାଗ ଉପରେ ଚାପ ପ୍ରୟୋଗ କରୁଛନ୍ତି । କିନ୍ତୁ ତାଙ୍କ କାମ ହେଉ ନାହିଁ । ଫଳରେ ଦଲାଲମାନେ ଲୋକଙ୍କୁ ମତାଇ ଯୋଜନାକୁ ବିଭ୍ରାଟ ଓ ବିଭାଗକୁ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଆଜି ବରଗଡ ଜିଲା ସୋହେଲା ହଲଦିପାଲି ପଡିଆରେ ଠାରେ ଆୟୋଜିତ ନିର୍ମାଣ ଶ୍ରମିକ ସତେନତା ଶିବିର ଓ ସହାୟତା ପ୍ରଦାନ ସମାରୋହରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଏହା କହିଥିଲେ । 

ବରଗଡ ଜିଲାରେ ପୂର୍ବରୁ ବାର୍ଷିକ କାଁଭାଁ ୪/୫ ହଜାର ଶ୍ରମିକ ସରକାରଙ୍କଠାରୁ ସହାୟତା ପାଉଥିବାବେଳେ ମଧ୍ୟସ୍ଥି ସାଜିଥିବା ଦଲାଲମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । କିନ୍ତୁ ଏହି ବିଭାଗରେ ଦାୟିତ୍ୱ ନେବା ପରେ ଦଲାଲମାନଙ୍କ ରାଜ ଖତମ ହୋଇଯାଇଛି ଏବଂ ଏବେ ସୁଦ୍ଧା ୫୩ହଜାର ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରାଗଲାଣି ବୋଲି ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଥିଲେ ।  ଆହୁରି ମଧ୍ୟ ଜିଲାର ଯେତେ ବି ନିର୍ମାଣ ଶ୍ରମିକ ରହିଛନ୍ତି  । ସେମାନଙ୍କୁ ପଂଜିକରଣ କରାଯିବ ଓ ସେମାନେ ମଧ୍ୟ ଶ୍ରମ ବିଭାଗର ବିଭିନ୍ନ ସହାୟତା ପାଇ ପାରିବେ । ଶ୍ରମିକମାନଙ୍କ ପାଇଁ ସରକାର କରୁଥିବା କିଛି ହଡପ କରିବା ପାଇଁ କିଛି ଦଲାଲ ଏବେ ମାତିଛନ୍ତି  । ଯେଉଁ ଦଲାଲମାନେ ଗାଁ ଗାଁ ସହର ବୁଲି ନିର୍ମାଣ ଶ୍ରମିକ କାର୍ଡ ବନେଇ ଦେବା ପାଇଁ କହୁଛନ୍ତି ଓ କାର୍ଡ ବନାଇଦେବା ପାଇଁ ପଇସା ମାଗୁଛନ୍ତି, ନିର୍ମାଣ ଶ୍ରମିକ କାର୍ଡ ବନାଇ ଦେବା ପାଇଁ ଟଙ୍କା ମାଗିଲେ ପୋଲିସକୁ ଖବର ଦିଅନ୍ତୁ ବୋଲି ମନ୍ତ୍ରୀ ସିଂହ ଉପସ୍ଥିତ ଶ୍ରମିକ ତଥା ଜନତାଙ୍କୁ ଆହ୍ୱାନ ଦେଇଥିଲେ । 

ଆଜିର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଜିଲା ଶ୍ରମ ଅଧିକାରୀ ହେମନ୍ତ ପଧାନ ସ୍ୱାଗତ ଭାଷଣ ଦେବା ସହିତ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ମଂଚରେ ଥିବା ସମ୍ମାନୀତ ଅତିଥି ବିଜେପୁର ବିଧାୟିକା ରୀତା ସାହୁ,ବିଜେପୁର ବ୍ଲକ ଅଧ୍ୟକ୍ଷା ମାନିନୀ ଭୋଇ,ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଓ ଜିଲା ପରିଷଦ ସଦସ୍ୟ ସୁବ୍ରତ ବେହେରା ମଧ୍ୟ ତାଙ୍କ ବକ୍ତବ୍ୟରେ ଶ୍ରମ ବିଭାଗରେ ଥିବା ନିର୍ମାଣ ଶ୍ରମିକମାନଙ୍କ ଶିକ୍ଷାବୃତ୍ତି. ସହାୟତା,ବିବାହ,ପ୍ରସୂତୀକାଳୀନ ସହାୟତା,କାର୍ଯ୍ୟ ଉପକରଣ କ୍ରୟ ସହାୟତା,ସାଇକେଲ ସହାୟତା,ନିରାପତ୍ତା ଉପକରଣ ସହାୟତା, ମୃତ୍ୟୁକାଳୀନ ସହାୟତା,ଅନ୍ତ୍ୟେଷ୍ଟି କ୍ରିୟା ସହାୟତା,ଦୁର୍ଘଟଣା ଜନିତ ସହାୟତା,ଚିକିତ୍ସା ସହାୟତା,ଦକ୍ଷତା ଅଭିବୃଦ୍ଧି ଯୋଜନା,ବିଶ୍ରାମଶାଳା ଏବଂ ପାନୀୟ ଜଳ ସୁବିଧା, ଗ୍ରାମାଂଚଳ ଶ୍ରମିକଙ୍କ ପାଇଁ ନିର୍ମାଣ ଶ୍ରମିକ ପକ୍କାଘର ଓ ନିର୍ମାଣ ଶ୍ରମିକ ପେନସନ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଶିକ୍ଷା ଯୋଜନାରେ ୩୦୯ଜଣ ଛାତ୍ରଛାତ୍ରୀଙ୍କୁ ୧୨ ଲକ୍ଷ ୭୦ ହଜାର ଟଙ୍କାର ଚେକ ପ୍ରଦାନ, ୩୩ଜଣଙ୍କୁ ୮ଲକ୍ଷ ୨୫ହଜାର ଟଙ୍କା ବିବାହ ଆର୍ଥିକ ସହାୟତା, ୫ଜଣଙ୍କୁ ୫୦ ହଜାର ଟଙ୍କାର ପ୍ରସୂତିକାଳୀନ ସହାୟତା, ୫୭୬ ଜଣ ଶ୍ରମିକଙ୍କୁ ୨୩ଲକ୍ଷ ୪ହଜାର ଟଙ୍କାର(ସାଇକେଲ) ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରମ ବିଭାଗର ଜନମଂଗଳ ସଂଯୋଜକ ଚିନ୍ମୟ ରଂଜନ ବିଶ୍ୱାଳ ତଥା ଜଗନ୍ନାଥ ଷଡଙ୍ଗି,ଆଶିଷ ପଧାନ ପ୍ରମୁଖ ସହଯୋଗ କରିଥିଲେ ।  

 

 

0
0
0
s2sdefault