ହେଡଲାଇନସ୍:

ସଡକ ସୁରକ୍ଷା ଜନ ସଚେତନତା ଶିବିର ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ),ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ଜନ ସଚେତନତା ଶିବିର  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଚ୍ଥି ।  ସଡକ ସୁରକ୍ଷା ନିୟମ କାନୁନକୁ ନ ମାନିବା ପଂଳରେ ପ୍ରତିଦିନ ସଡକ ଦୁର୍ଘଟଣା ବାରମ୍ୱାର ଘଟୁଚ୍ଥି ଓ ଅକାରଣରେ ମୂଲ୍ୟବାନ ଜୀବନ ଅସମୟରେ ନିର୍ବାପିତ ହୋଇଯାଉଚ୍ଥି ।  ସାଧାରଣତଃ ଦ୍ରୁତ ଗତିରେ  ଯାନ ଚାଳନା, ମୋବାଇଲ ପୋଂନରେ କଥା ହୋଇ ଗାଡି ଚଳାଇବା, ବିନା ହେଲମେଟରେ  ଗାଡି ଚାଳନା, ମଦ୍ୟପାନ କରି ଗାଡି ଚଳାଇବା, ଦୃଷି୍ଟି ଶକ୍ତି ଅଭାବରୁ ଭୁଲ ବାଟରେ ଯାନ ଚାଳନା ଇତ୍ୟାଦି କାରଣରୁ ସାଧାରଣତଃ ସଡକ ଦୁର୍ଘଟଣା ଘଟିଥାଏ  ଏବଂ  ଆମେ  ସଚେତନ ହେଲେ ଏଥିରୁ  ନିଜକୁ ନିବର୍ତ୍ତାଇ ପାରିବା ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ  ବ୍ରଜଗୋପାଳ ଆଚାର୍ଯ୍ୟ ଅଧ୍ୟକ୍ଷତା କରିବା ସହ  ଜନ ସଚେତନତା ଊପରେ ମତ ଊପସ୍ଥାପନ କରିଥିଲେ ।  ସେ ଆହୁରି କହିଥିଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟ ସଡକ ଦୁର୍ଘଟଣାକୁ ଏଡାଇବା ପାଇଁ ଯେଊଁ ଆଇନ ପ୍ରଣୟନ କରିଚ୍ଥନ୍ତି,  ସେ ଗୁଡିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପ୍ରତ୍ୟେକ ଯାନ ଚାଳକ ମାନଙ୍କର ପ୍ରମୁଖ କର୍ତ୍ତବ୍ୟ ହେବା ଉଚିତ୍ ।  ଏଥି ସହିତ ପ୍ରତ୍ୟେକ ଅଭିଭାବକ ଏବଂ  ବରିଷ୍ଠ  ନାଗରିକ ସେମାନଙ୍କ ପରିବାରର ପିଲା ମାନଙ୍କୁ ଗାଡି ଚାଳନା ସଂପର୍କରେ ସଚେତନ କରାଇବା ଆବଶ୍ୟକ ଓ ପରିହାର୍ଯ୍ୟ ।  ସେଥିପାଇଁ ସୁସ୍ଥ ମାନସିକତାରେ ଗାଡି ଚଳାଇବା, ୪ ଚକିଆ ଯାନରେ ସିଟ୍ ବେଲ୍ଟ ଲଗାଇବା, ଧିରେ ଗାଡି ଚଳାଇବା ଓ ଅନ୍ୟାନ୍ୟ ସଡକ ସୁରକ୍ଷାର ନିୟମ ମାନି ଚଳିବା ଓ ଏତଦ୍ ବ୍ୟତୀତ ନିୟମ ମାନୁ ନ ଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ଜୋରିମାନା ଆଦାୟ ଉପରେ ଗୁରୁତ୍ୱାରୋପ କରିଥିଲେ ।  ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ ଯୋଗଦେଇ କହିଲେ ଯେ, ଆଇନ ନୁହେଁ ବରଂ କେଉଁଟା  ଠିକ୍ କେଉଁଟା ଭୁଲ ତାହା ଉପରେ ଗାଡି ଚାଳକ ଗୁରୁତ୍ୱ ଦେଇ ଯାନ  ଚଳାଇବା ପାଇଁ ସେ ପରାମର୍ଶ ଦେଇଥିଲେ ।  ତେଣୁ ସମସ୍ତ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ  ଓ କଲେଜର ଅଧ୍ୟକ୍ଷ/ଅଧ୍ୟକ୍ଷା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ କରି ପିଲା ମାନଙ୍କୁ ସଡକ ସୁରକ୍ଷା ସମ୍ୱନ୍ଧରେ ସଚେତନ କରାଇବେ ବୋଲି ଅତିରିକ୍ତ ଆରକ୍ଷୀ  ଅଧିକ୍ଷକ ନିଜସ୍ୱ ମତ ପ୍ରତିପାଦନ କରିଥିଲେ । ଏଥି ସହିତ ଜିଲ୍ଲା ସଡକ ସୁରକ୍ଷା ସଚେତନତା କମିଟିର ସଭ୍ୟ ପଦ୍ମନାଭ ଜେନା, ସତିଶ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ସଡକ ସୁରକ୍ଷା ସଚେତନତା ଉପରେ ସାରଗର୍ଭକ ପରାମର୍ଶ ଦେଇଥିଲେ ।  ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଶ୍ରୀ ସତ୍ୟ ରଂଜନ କର ମଧ୍ୟ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ  ଚଣ୍ଡିଖୋଲ ଆର୍.ଟି.ଓ. ଲାଲ୍ ମୋହନ ସେଠୀ, ଯାଜପୁର ଭାରପ୍ରାପ୍ତ ଆର୍.ଟି.ଓ.  ଇନ୍ଦ୍ରମଣି ନାୟକ ଯୋଗଦେଇ ବହୁ ସଚେତନତା ସମ୍ୱନ୍ଧୀୟ ପରାମର୍ଶ ଦେଇଥିଲେ ।  ଜିଲ୍ଲାରେ ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ବାବଦକୁ ୫୫ ଲକ୍ଷ ଟଂକା ଆଦାୟ କରାଯାଇଚ୍ଥି ବୋଲି ଏ.ଏସ୍.ପି. ସୂଚନା ଦେଇଥିଲେ । ଏହି ସଚେତନତା ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ  ଶିକ୍ଷୟତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା, ବରିଷ୍ଠ  ନାଗରିକ ଯୋଗଦେଇ ପ୍ରଶାସନକୁ ସହଯୋଗ କରିବା ପାଇଁ ମତ ଦେଇଥିଲେ ।  ବନ୍ଧଡିହ ସରସ୍ୱତୀ ଶିଶୁ ମନ୍ଦିରର ଅଧ୍ୟକ୍ଷ ଓ ଅଧ୍ୟାପକ ଦାମୋଦର ବେହେରା  ବିଭିନ୍ନ ସଚେତନତା ପ୍ରଶ୍ନ ପଚାରିଥିଲେ ।  ଚଣ୍ଡିଖୋଲ ପରିବହନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ  ପୁରୁଷୋତ୍ତମ ନାୟକ,ଯାଜପୁର  ପରିବହନ କାର୍ଯ୍ୟାଳୟର କର୍ମଚାରୀ  ସୁଦିପ୍ତ କୁମାର ସାହୁ ମଧ୍ୟ ଯୋଗ ଦେଇଥିଲେ ।  ଶେଷରେ ସହକାରୀ ପରିବହନ ଅଧିକାରୀ  ସଚିନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । 

 

0
0
0
s2sdefault