ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ( ଗୁରୁବାର ) ଗଜପତି ଜିଲ୍ଲାର ନୂଆଗଡ ବ୍ଲକ୍ କନଫରେନ୍ସ ହଲ୍ରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ , ଗଜପତି, ଶ୍ରୀ ବିମଳ ରାଉଳ ଅଧ୍ୟକ୍ଷତା କରି ସଭାସଦଙ୍କୁ ପ୍ରବାସୀ ଶ୍ରମିକଙ୍କ ଅଧିକାର , ସୁବିଧା ଓ ସରକାରୀ ପ୍ରୟାସ ବିଷୟରେ ସଚେତନ କରିଥିଲେ।
ଏହି ଅବସରରେ ନୂଆଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲୋକନାଥ ସବର , ଜିଲ୍ଲା ଶ୍ରମ ଅଧିକାରିଣୀ ଶ୍ରୀମତୀ ଭାରତୀ ବେହେରା ଓ ସହାୟକ ଶ୍ରମ ଅଧିକାରୀ ଶ୍ରୀ ଅମିତ ନାୟକ ଉପସ୍ଥିତ ହୋଇ ପ୍ରବାସୀ ଶ୍ରମିକଙ୍କୁ ସମ୍ବନ୍ଧିତ ବିଭିନ୍ନ ଯୋଜନା ଓ ବିଧିଗତ ସୁରକ୍ଷା ବିଷୟରେ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଅଧିକାର ଓ ସୁରକ୍ଷା ବିଷୟରେ ସଚେତନ କରିବା ଥିଲା।
ରାଜ୍ୟ
ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ
- Hits: 97











