ହେଡଲାଇନସ୍:

ବନଦୁର୍ଗା ମନ୍ଦିର ରେ କୁଷ୍ମାଣ୍ଡା ବେଶରେ ମା ବନଦୁର୍ଗା।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :-ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ,ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦ ଙ୍କ ମନ୍ତ୍ର ଉଚ୍ଚାରଣ ରେ ନବରାତ୍ର ର ଚତୁର୍ଥ ଦିନରେ ଦେବୀ ଦୁର୍ଗା କୁଷ୍ମାଣ୍ଡା ବେଶ ରେ ପୂଜା ପାଉଛନ୍ତି । ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ବନ ଦୁର୍ଗା ମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜା କରିଥିଲେ । କର୍ତ୍ତା ଅରୁଣ କୁମାର ଦାନି ଓ ତାଙ୍କ ସହ ଧର୍ମିଣୀ ରୂପରାଣୀ ସାହୁ ନିର୍ବାହ କରିଥିଲେ । ଆଜି ଦେବୀ ଦୁର୍ଗା ଚତୁର୍ଥ ଦିନରେ କୁଷ୍ମଣ୍ଡା ବେଶରେ ଭକ୍ତ ବତ୍ସଲ ଙ୍କୁ ଦର୍ଶନ ଦେଉଛନ୍ତି । ସେ ସମ୍ପଦ ଓ ଶକ୍ତି ର ଉନ୍ନତି କରୁଥିବା ବିଶ୍ବାସ କରାଯାଏ । ଦେବୀ କୁଷ୍ମାଣ୍ଡାଙ୍କର ଆଠଟି ହାତ ଥିବାରୁ ସେ ଅଷ୍ଟଭୁଜା ଦେବୀ ଭାବରେ ପରିଚିତ । ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ ।ପ୍ରବାଦ ଅଛି ସେ କେବଳ ସ୍ମିତ ହସ ଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ ।ସେ ଧଳା କଖାରୁ ବା କୁଷ୍ମାଣ୍ଡ କୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁଁ ଏହି ଲୋକ ପ୍ରିୟ କୁଷ୍ମାଣ୍ଡ ନାମ ରହିଛି । ପ୍ରତ୍ୟେକ ଦିନ ସକାଳ ଘ.୭.୦ ଟା ରେ ପୂଜା, ବାଳଭୋଗ ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଣ୍ଟା ସମୟରେ ମିଷ୍ଟାନ୍ନ ଭୋଗ,୭ ଘଣ୍ଟା ୩୦ ମିନିଟ ରେ ମଙ୍ଗଳ ଆଳତୀ,୨୯.୦୯.୨୦୨୫ ଚଣ୍ଡୀ ହୋମ,ଫଳମୂଳ ଭୋଗ ଓ ସନ୍ଧ୍ୟା ୭ ଘଣ୍ଟା ରେ ୧୦୮ ଦୀପ ପ୍ରଜ୍ବଳନ, ତା.୩୦.୦୯.୨୦୨୫ ଅଷ୍ଟମୀ ହୋମ,୦୧.୧୦.୨୦୨୫ କୁମାରୀ ପୂଜା,ଶକ୍ତି ହୋମ ଏବଂ ୦୨.୧୦.୨୦୨୫ ବିଜୟା ଦଶମୀ ଦିନ ଅପରାଜିତା ପୂଜା,ହୋମ, ସକାଳ ଘ.୧୦.୧୦ ମିନିଟ ରେ ପୂର୍ଣାହୁତୀ ଓ ଘଟ ବିସର୍ଜନ ର ସୂଚନା କମିଟି ସୂତ୍ର ରୁ ପ୍ରାପ୍ତ ହୋଇଛି । ବନଦୁର୍ଗା ମନ୍ଦିର ର ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରା ଙ୍କ ତତ୍ତ୍ୱାବଧାନ ରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ସତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।

0
0
0
s2sdefault