ପାରଳାଖେମୁଣ୍ଡି/ ବିବାଳକୃଷ୍ଣ ପାଣିଗ୍ରାହୀ : ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ତଥା ସଶକ୍ତିକରଣ ପାଇଁ ଦେଶର ରାଷ୍ଟ୍ରାୟତ ତୈଳି କମ୍ପାନୀ ଗୁଡିକ ପକ୍ଷରୁ ଓଡିଶା ରାଜ୍ୟରେ କେନ୍ଦ୍ର ସରକାରଙଅକ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ୯୩ଟି ବ୍ଲକରେ ୧୦୦ଟି ଉଜ୍ୱାଳା ସେନିଟାରୀ ନାପକିନ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ ହେବାକୁ ଥିବା ବେଳେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଝାମି ଗ୍ରାମରେ ଏବଂ ରାୟଗଡ ବ୍ଲକ ଲାଞ୍ଜିପଦର ଗ୍ରାମରେ ଉଜ୍ୱାଳା ଯୋଜନା ଓ ଜନସେବା କେନ୍ଦ୍ର ପକ୍ଷରୁ ମିଳିତ ଭାବେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏଚ ପି ଗ୍ୟାସ ଗଜିପତି ଏଣ୍ଟରପ୍ରାଇଜେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉଜ୍ୱାଳା ଯୋଜନା ଗଜପତି କନ୍ଧମାଳ ନୋଡାଲ ଅଧିକାରୀ ବିକ୍ରମ ସିଂହ ଏବଂ ଜନସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଗୁଡେଲା ରାକେଶ ଯୋଗଦେଇ କହିଥିଲେଯେ ମହିଳା ମାନଙ୍କ ମାସିକ ଧର୍ମର ସ୍ୱଚ୍ଛତାକ୍ଷେତ୍ରରେ ଏହି ସ୍ଥିତିକୁ ସୁଧାରିବା ସହ ଏହି କାର୍ଯ୍ୟକ୍ରମ ଆଧାରରେ ମହିଳା ମାନଙ୍କୁ ରୋଜଗାର କ୍ଷମ ଶିକ୍ଷିତ ଓ ଶସକ୍ତି କରିବା ଉଦ୍ଦେଶ୍ୟ ନେଇ ଏଭଳଇ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । ଜନସେବା କେନ୍ଦ୍ର ଗୁଡିକ ମାଧ୍ୟମରେ ଏହି ପ୍ରସ୍ତୁତି ୟୁନିଟ ସ୍ଥାପନ କରାଯିବା ସହ ଆବଶ୍ୟକ କଞ୍ଚାମାଲ ମଧ୍ୟ କେନ୍ଦ୍ର ମାଧ୍ୟମରେ ହିଁ ଯୋଗାଇ ଦିଆଯିବ । ପ୍ରତ୍ୟେକ ୟୁନିଟରେ ଦୈନିକ ୧୨୦୦ରୁ ୨୦୦୦ ପର୍ଯ୍ୟନ୍ତ ନେପ୍କିନପ୍ୟାଡ ଉତ୍ପାଦନ କରାଯିବା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୮ଟି ପ୍ୟାଡ ଥିବା ପ୍ରତି ପ୍ୟାକେଟର ମୁଲ୍ୟ ୪୨ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରତି ପ୍ରସ୍ତୁତି ୟୁନିଟରେ ୫ରୁ ୬ଜଣ ମହିଳା ଉଜ୍ୱାଳା ହିତାଧିକାରୀ ନିଯୁକ୍ତି ପାଇବେ । ଉଜ୍ୱାଳା ପ୍ୟାଡ ଉତ୍ପାଦନକାରୀ ସଂସ୍ଥା ଗୁଡିକ ପକ୍ଷରୁ ମୁଖ୍ୟତଃ ସାନିଟେରୀ ନାପକିନ ବ୍ୟବହାର ୩୩.୫ ପ୍ରତିଶତ ରହିଥିବା ବେଳେ ଗ୍ରାମାଞ୍ଚଳରେ ୧୫ରୁ ୨୪ ବର୍ଷର ବୟସ ମାତ୍ର ୪୨.୮ ପ୍ରତିଶତ ମହିଳା ମାସିକ ଋତୁସ୍ରାବ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ରକ୍ଷା କୌଶଳ ଅବଲମ୍ୱନ କରିଥାନ୍ତି । ଏହିସବୁକୁ ଦୃଷ୍ଟିରେ ରଖି ଉଜ୍ୱାଳା ସେନିଟାରୀ ନାପକିନ୍ ପ୍ରସ୍ତୁତ ଓ ଉତ୍ପାଦନର ମୁଳ ଲକ୍ଷ ଏବଂ ମହିଳା ମାନଙ୍କୁ ସୁଲଭ ମୂଲ୍ୟରେ ନାପକିନ୍ ପ୍ରସ୍ତୁତି ଦିଗରେ ବେସ ସହାୟକ ହୋଇପାରିବ । ସେନିଟାରୀ ନାପିକିନ ପ୍ୟାଡ ପ୍ରସ୍ତୁତି ଏବଂ ବିକ୍ରି ପାଇଁ ଆବଶ୍ୟକ ତାଲିମ କମ୍ପାନୀ ପକ୍ଷରୁ ଦିଆଯିବ । ଏହି ଉଜ୍ୱାଳା ସେନିଟାରୀ ନାପକିନ୍ ପ୍ରସ୍ତୁତିରେ ଉଚ୍ଚଗୁଣବରା ମାନର ଦ୍ରବ୍ୟ ପଦାର୍ଥ ସବୁ ବିନା କେମିକେଲ ବ୍ୟବହାରରେ କୌଣସି ଏକ୍ସପପା \ୟର -ତାରିଖ ନଥାଇ ପ୍ରସ୍ତୁତ କରାଯିବ । ଗ୍ରାମାଞ୍ଚଳରେ ଏହି ନାପକିନ୍ର ବ୍ୟବହାର ଅଧିକ ଆବଶ୍ୟକତା ଥିବା ବେଳେ ସେଠାରେ ଏହା ଉପଲବ୍ଧ ନଥିଲା । ତେଣୁ ନାପକିନ ପ୍ରସ୍ତୁତି ୟୁନିଟ ସ୍ଥାପନ ହେଲେ ମହିଳାମାନଙ୍କ ଦ୍ୱାରା ଏହାର ସହଜ ଓ ସୁବିଧା ବ୍ୟବହାର ହୋଇପାରିବ କହିଥିଲେ । ଏହି ସମ୍ମିଳନୀ କାର୍ଯ୍ୟରେ ଏଚ ପି ଗ୍ୟାସ ଗଜପତି ଏଣ୍ଟରପ୍ରାଇଜସ ଦେବେନ୍ଦ୍ର ସାହୁ ମଞ୍ଚାସୀନ ଥିଲେ ।