(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଫାର୍ମାସୀ କାଉନସିଲ୍ ଅଫ୍ ଇଣ୍ଡିଆ ବା ପି. ସି. ଆଇ. ର ମାର୍ଗଦର୍ଶିକା ଅନୁଯାୟୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖକୁ ବିଶ୍ବ ଫାର୍ମାସିଷ୍ଟ ଦିବସ ରୁପେ ପାଳନ କରାଯାଏ । "ସ୍ୱାସ୍ଥ୍ୟ ଚିନ୍ତା ଥିଲେ, ଫାର୍ମାସିଷ୍ଟଙ୍କୁ ଚିନ୍ତା କରନ୍ତୁ" ବିଶୟକୁ ନେଇ ଆଜିର ଫାର୍ମାସୀ ଦିବସ ପାଳିତ ହୋଇଛି । ଅନୁଷ୍ଠାନର ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ଡଃ. କାହ୍ନୁ ଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ମୁଖ୍ଯ ଅତିଥିରୁପେ ଯୋଗଦେଇଥିଲେ ।
ବୈଠକରେ ମୁଖ୍ୟ ଅତିଥିଙ୍କ ସହ ପ୍ରିନ୍ସିପାଲ ଡ଼ା: ଶ୍ରୀ ପାଣିଗ୍ରାହୀ,ପ୍ରାଧ୍ୟାପକ ଜଗଦିଶ ଖୁଣ୍ଟିଆ, ପ୍ରାସାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓ ପ୍ରମୁଖ ମଞ୍ଚାସୀନ ଥିଲେ ।
ଫାର୍ମାସିଷ୍ଟ ମାନଙ୍କ କାର୍ଯ୍ଯ ଓ ସମାଜ ପାଇଁ ସେମାନଙ୍କ ଅବଦାନ ବିଷୟରେ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ । ସମସ୍ତଙ୍କ ସ୍ବାସ୍ଥ୍ୟ ସବୁସମୟରେ ଠିକ୍ ରୁହେନି, ବାରମ୍ବାର ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ଜୀବନ ହରାଉଛନ୍ତି । ଏହାର ପ୍ରମୁଖ କାରଣ ହେଲା ନିୟମିତ ଠିକ୍ ରୋଗ ପାଇଁ ଠିକ୍ ଔଷଧର ସେବନ କରାନଯିବା ।
ଏହି ଦିଗରେ କେବଳ ଫାର୍ମାସିଷ୍ଟ ମାନେ କେଉଁ ରୋଗ ପାଇଁ କି ପ୍ରକାରର ଔଷଧ ଆବଶ୍ୟକ ତାହା ଉଦ୍ଭାବନ କରନ୍ତି ଓ ଏହାଦ୍ବାରା କିପରି ଅନ୍ୟଙ୍କ ଜୀବନ ରକ୍ଷା କରିବାରେ ସହାୟତା ହୋଇଥାଏ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରିୟଙ୍କା ପାଢ଼ୀ ସଞ୍ଚାଳନା କରିଥିଲେ ।
ମହାବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଲୋକଙ୍କ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
ରାଜ୍ୟ
ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ
- Hits: 124












