ହେଡଲାଇନସ୍:

ପୃଥ୍ୱୀରାଜ ଗୌସାଲାର ନବ ନିର୍ମିତ ଗୋ ଗୃହକୁ ଉଦ୍ଘାଟନ କରିବା ସହ ଗୋପୂଜନ କଲେ ରାଜ୍ୟପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ଆଜି ବଲାଙ୍ଗୀର ଟାଉନରେ ପହଚିଂ ଥିଲେ ମହାମହିମ ରାଜ୍ୟପାଳ ଗୋ ସେବା ଉପରେ ଲୋକଙ୍କୁ ବୁଝାଇଥିଲେ । ଏକ ସମୀକ୍ଷା ବୈଠକ କରିଥିଲେ ।  ପୃଥ୍ୱୀରାଜ ଗୋଶାଳା ଉନ୍ନତି ପାଇଁ ରାଜ୍ୟପାଳ ୧ ଲକ୍ଷଟଙ୍କା ଅନୁଦାନ ଘୋଷଣା କରିଥିଲେ ।

ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସି ସଇଁନ୍ତଲା ବ୍ଳକସ୍ଥିତ ବୁଢ଼ାବାହାଲ ଗ୍ରାମକୁ ପରିଦର୍ଶନରେ ଆଜି ସେଠାରେ ସ୍ୱୟ ସହାୟକ ଗୋଷ୍ଟିର ମହିଳା ଓ ପଂଚାୟତିରାଜର ନିର୍ବାଚିତ ସଦସ୍ୟ/ସଦସ୍ୟାମାନଙ୍କ ସହ ଆଲୋଚନା କରିବା ସହ ପଂଚାୟତ ଅଂଚଳର ଉନ୍ନତିକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବଲାଙ୍ଗୀର ସ୍ଥିତ ପୃଥ୍ୱୀରାଜ ଗୌସାଲାର ନବ ନିର୍ମିତ ଗୋ ଗୃହକୁ ଉଦ୍ଘାଟନ କରିବା ସହ ଗୋପୂଜନ କରିଥିଲେ । ପରେ ଉପସ୍ଥିତ ଜନସାଧାରଣଙ୍କୁ ଗୋମାତାରର ଗୁରୁତ୍ୱ ଉପରେ ସୂଚନା ଦେବାକୁ ଯାଇ କହିଲେ ଯେ ଗୋମାତା ମଣିଷମାନଙ୍କର ପରମବନ୍ଧୁ । ତାଙ୍କ ଦ୍ୱାରା ମାନବ ସମାଜ ବହୁ ଉନ୍ନତି ହେଉଥିବା ଉଦାହରଣ ଦେଇଥିଳେ ଏବଂ ପୁରାଣ ଯୁଗରୁ ମଧ୍ୟ ଗୋମାତାଙ୍କ ଦ୍ୱାରା ଆର୍ଥିକ ସମସ୍ୟା ଦୁରିଭୁତ ହୋଇଥିବା ପ୍ରମାଣ ରହିଛି ତେଣୁ ଗୋମାତାକୁ ଯେ ପଶୁବୋଲି କହେ ସେ ନିଜେହିଁ ପଶୁ ବୋଳି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଥିଲେ । ଏହି ଅବସରରେ ଗୋଶାଳାର ଅଧ୍ୟକ୍ଷ ନରେନ୍ଦ୍ର ଜୈନ, ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟପାଳଙ୍କ ସଚିବ ମଧୁସୁଦନ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ । ସମାଜସେବୀ ବିଷ୍ଣୁପ୍ରସାଦ କେଡିଆ ମଂଚ ସଚାଂଳନ କରିଥିଲେ । 

0
0
0
s2sdefault