ହେଡଲାଇନସ୍:

ବିପଦ ସଙ୍କୁଳ ଅବସ୍ଥାରେ ବଳେଇପୁରୁ ଚକୁଳିଆ ଏନ୍.ଏଚ୍ ୫୫ ଜାତୀୟ ରାଜପଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) :ଏରସମା ବ୍ଲକ୍ ବଳେଇପୁରୁ ପଞ୍ଚାୟତ ଅନ୍ତର୍ଗତ ବନିପାଟ ଏନ୍.ଏଚ୍ ୫୫ ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ରହିଛି । ରାଜପଥ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ତାହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହି ରାଜପଥ ୪ ବର୍ଷ ତଳେ ମରାମତି କରାଯାଇଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଇତି ମଧ୍ୟରେ ଏହାର ଚାରି ପାର୍ଶ୍ୱ ଖାଲଖମା ହୋଇଯାଇଛି । ଦୀର୍ଘ ୪ ବର୍ଷ ହେବ ରାସ୍ତା ମରାମତି କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବଳେଇପୁରୁ ପଞ୍ଚାୟତ ଅଫିସ୍ ନିକଟରୁ ବାଲିତୁଠ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଏନ୍.ଏଚ୍ ୫୫ ଜାତୀୟ ରାଜପଥ ବିଭାଗର ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ଉପରେ ବର୍ଷା ଅସାରାଏ ହେଲେ ଆଣ୍ଠୁଏ ପାଣି ଜମି ରହୁଛି । ଏହି ରାଜପଥ ଉପରେ ଦୈନିକ ହଜାର ହଜାର ସଂଖ୍ୟାରେ ଜନସାଧାରଣ ମାନେ ନିର୍ଭର କରିଥାନ୍ତି । ପଥଚାରୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାର କୁହାଯାଉଛି । ବିଭାଗୀୟ କତ୍ତୃପକ୍ଷ ଯଥାଶୀଘ୍ର ଏହି ଏନ୍.ଏଚ୍ ୫୫ ଜାତୀୟ ରାଜପଥକୁ ମରାମତି କରିବ ପାଇଁ ବନିପାଟ ଗ୍ରାମର ମୁରବୀ ଦିପକ ରାଉତ, ରସାନନ୍ଦ ରାଉତ, କୃପାସିନ୍ଧୁ ରାଉତ, ବିଷ୍ଣୁ ଚରଣ ସ୍ୱାଇଁ, ଶ୍ରିଧର ରାଉତ ପ୍ରମୁଖ ଦାବି କରିଛନ୍ତି ।

0
0
0
s2sdefault