ହେଡଲାଇନସ୍:

ହାତୀ ବଢ଼ାଇଛି ଭିତି : ଆଶଙ୍କାରେ ଥରୁଛି ଚାଷୀଙ୍କ ଛାତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ଅଂଚଲରେ ହାତୀଙ୍କ ଉପଦ୍ରବ , କ୍ଷତିପୂରଣ ପାଇଁ ସରକାରଙ୍କ ପାଖରେ ଚାଷୀଙ୍କ ଗୁହାରୀ  ହେଲେ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଉଡିଆଶହୀନତା ସାଜିଛି  କାଳ

ପଦ୍ମପୁର/ନିଳ ଦୀପ-ଚାଷୀ ଓ ଚାଷ କୁ ନେଇ ଏବେ ରାଜ୍ୟ ଓ କେନ୍ଦ୍ର ରାଜନୀତି ଏବେ ସରଗରମ । ସମସ୍ତ ରାଜନୈତିକ ଦଳ ଏବେ ଚାଷୀର ଶୁଭ ଚିନ୍ତକ ବୋଲି  ଦର୍ଶାଇବାରେ ଲାଗି ପଡିଛନ୍ତ । ହେଲେ ଚାଷୀ ଏବେ ମଧ୍ୟ ବିଭିନ୍ନ ସମସ୍ୟାରେ  ଘେରରେ ବୁଡିହୋଇ ରହିଛି |  ଏପରି ଏକ ସମସ୍ୟା ହେଖିବାକୁ ମିଳିଛି  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଭିନ୍ନ ଗ୍ରାମରେ ଯେଉଁଠି ହାତୀମାନେ ବର୍ଷତମାମ ଉପଦ୍ରବ ମଚାଉଛନ୍ତି ଏବଂ ଫସଲ ଓ ଚାଷରେ ବ୍ୟବହୃତ ଉପକରଣକୁ ନଷ୍ଟ କରିଦେଉଛନ୍ତି ।

ବରଗଡ ଜିଲ୍ଲା ପଦ୍ମପୁର  ଉପଖଣ୍ଡସ୍ଥ ଟାଲ,ଦୁବୁଲାବାହାଲ,ପଣ୍ଡରିପାଣି,ଇଚ୍ଛାପାଲି,ଧଉରାମୁଣ୍ଡା ଓ କୁର୍ଲୁବାହାଲ  ଗ୍ରାମକୁ ଏବେ ପାଖା ପାଖୀ ୩୦ ଗୋଟି ହାତୀ ସେମାନଙ୍କ  ଚରାଭୁମି ପରି  ବ୍ୟବହାର କରୁଛନ୍ତି  । ଦିନସାରା ଝାଞ୍ଜପାହାଡରେ ରହୁଛନ୍ତି ଏବଂ ରାତିରେ ବାହାରି ପାଖାପାଖି ୨୦ କିମିରେ ଥିବା ଜମି ଗୁଡିକୁ ଯାଇ ଫସଲକୁ ଖାଇ ଦଲିଚକଟି ନଷ୍ଟ କରିଦେଉଛନ୍ତି ଏବଂ  ପୁଣି ଜଙ୍ଗଲକୁ ଫେରିଯାଉଛନ୍ତି । ଚାଷୀଙ୍କ ବୁଣିଲା ଧାନ,ପାଚିଲା ଧାନ ଏବଂ ଚାଷୀ ଅମଲ କରି ଖଲାରେ ରଖିଥିବା ଧାନକୁ ଖାଇବା ସହିତ ଧାନକୁ ନଷ୍ଟ କରିଦେଉଛନ୍ତି  । ଉପଦ୍ରବ ଏମିତି ଯେ ଖଲାରେ ଥିବା ଚାଷ ଉପଯୋଗୀ ଛୋଟିଆ ସାମଗ୍ରୀକୁ  ମଧ୍ୟ ଛାଡୁ ନାହାଁନ୍ତି , ଜଲସେଚନ ପାଇଁ ବ୍ୟବହୃତ ଗଭିର ନଲକୁପକୁ ନଷ୍ଟ କରିଦେଉଛନ୍ତି  । ଏଥିରେ ବ୍ୟବହୃତ ପାଇପିକୁ  ଚୁରମାର କରି ଭାଙ୍ଗିଦେବା ସହ ନଳକୁପରେ ବ୍ୟବହୃତ ଇଲେକ୍ଟ୍ରି ମୋଟରକୁ ଭାଙ୍ଗି ନଳକୁଅ ଭିତରେ ପଶେଇ ଦେଉଛନ୍ତି  । ଯାହାର ଫଳ ସ୍ୱରୁପ ଚାଷୀ ହଇରାଣ ହେଉଛନ୍ତି ` ମୋଟକୁ ଖୋଜିଲେ ମଧ୍ୟ ଫେରି ପାଉନାହାନ୍ତି  । ବିଦ୍ୟୁତ  ଖୁଂଟକୁ ଭାଙ୍ଗି ଚୁରମାର କରିଦୋ ସହ ତାରକୁ   ଶୁଣ୍ଢରେ ଟାଣି ଛିଣ୍ଡେଇ ଏଣେ ତେଣେ ଫୋପାଡିଦେଉଛନ୍ତି । ଏହି ବିଦ୍ୟୁତ ସମସ୍ୟାକୁ ନେଇ ଚାଷୀ ଏବେ ଗୁହାରୀ କଲେବି କେହି ଶୁଣୁ  ନାହାନ୍ତି, ବନବିଭାଗକୁ କହିଲେ ବିଦ୍ୟୁତ ବିଭାଗ ଏବଂ ବିଦ୍ୟୁତ ବିଭାଗକୁ କହିଲେ ବନବିଭାଗ ଠାରେ ଅଭିଯୋଗ କର କହି  ଅଧିକାରୀମାନେ ଲୋକଙ୍କୁ ଭୁଆଁ ବୁଲାଇବା ସହ ହଇରାଣ କରୁଛନ୍ତି  । ଏହା ସହ ବନବିଭାଗ ହାତୀର ଗତିବିଧି ବିଷୟରେ ମଧ୍ୟ ଠିକଭାବରେ ଲୋକଙ୍କୁ ଯଣାଉନାହିଁ ତେଣୁ ଲୋକ ହଇରାଣ ହରକତରେ ପଡୁଛନ୍ତି  ।

ପୁର୍ବରୁ ଏହି ଅଂଚଲରେ ହାତୀ ନଥିଲେ ,ଚାରି ପାଂଚ ବର୍ଷ ହେବ ଆସି ଏହି ଝାଞ୍ଜପାହାଡରେ ରହୁଛନ୍ତି ଏବଂ ପ୍ରତି ବର୍ଷ ହଜାର ହଜାର ଏକର ଜମିର ଧାନ ଓ ପନି ପରିବା ନଷ୍ଟ କରୁଛନ୍ତି । ହେଲେ ବନବିଭାଗ ନାମକୁ ମାତ୍ର ସହାୟତା ଦେଉଛି ଯେଉଁଠାରେ ୩୦ ହଜାର ଟଙ୍କାର ଫସଲ ନଷ୍ଟ ହୋଇଛି ସେଠାରେ ଦୁଇ ତିନି ହଜାର ଟଙ୍କା ଦେଉଛି । ସେଥି ପାଇଁ ମଧ୍ୟ ଏହି ଅଂଚଳରେ ଚାଷୀ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି ଏବଂ ତାଙ୍କ ଯେଉଁ ପରିମାଣର କ୍ଷୟକ୍ଷତି ହେଉଛି ସେତିକି ଟଙ୍କା ସରକାର ଦିଅନ୍ତୁ ବୋଲି ଦାବି କରିଛନ୍ତି । ଏହି ସବୁ ସମସ୍ୟ ବିସୟରେ ପଦ୍ମପୁର ଉପ ଜିଲ୍ଲାପାଲ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରକାରଙ୍କୁୁ  ପଚରାଯିବାରୁ ସେ ଏ ବିଷୟରେ ଅବଗତ ହେବାପରେ କିଛି ପଦକ୍ଷେପ ନେଇଛନ୍ତି ଏବଂ ଅନ୍ୟସବୁ ସମସ୍ୟ ପାଇଁ ମଧ୍ୟ ଶିଘ୍ର ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।

             ଚାଷ ଓ ଚାଷୀ ବିଷୟକୁ ନେଇ ରାଜନୀତି  କରିବା ବଦଳରେ ଚାଷୀର ମୁଲ ସମସ୍ୟା ଗୁଡିକ ପ୍ରତି ଧ୍ୟାନ  ଦେବା ସମୟ ଏବେ ଆସିଛି । ତେଣୁ ସରକାର ଚାଷିର ଏହି ସମସ୍ୟା ପ୍ରତି  ଧ୍ୟାନଦେଇ  ଅତିଶିଘ୍ର ଏହାର  ସମାଧାନ କରିବା ନିତାନ୍ତ ଜରୁରୀ ହୋଇପଡିଛି ।

 

0
0
0
s2sdefault