ରାଉରକେଲା:( ୧୮-୯-୨୫) ପୂର୍ବତନ ଆନ୍ତର୍ଜାତୀୟ ସାଇକ୍ଲିଷ୍ଟ ସୁଶୀଲ ଦାସ (୬୧)ଙ୍କ ବିୟୋଗ। ରାଉରକେଲା ସେକ୍ଟର -୧୩ ରେ ଅଞ୍ଚଳରେ ରହୁଥିବା ସୁଶିଲ ଦାସ ଙ୍କ ଆଜି କଟକ ବଡ ମେଡିକାଲ ରେ ଦେହାନ୍ତ ହୋଇଛି। ଦୀର୍ଘ ୨ ମାସ ହେଲା ରୋଗାକ୍ରାନ୍ତ ହୋଇ ଚିକିତ୍ସା ଧିନ ଥିଲେ । ମୃତ୍ୟୁ ବେଳକୁ ପାଖରେ ସୁଶିଲ ଙ୍କ ସ୍ତ୍ରୀ,ଝିଅ ଓ ପୁଅ ଉପସ୍ଥିତ ଥିଲେ । ଆଜି ପୁରୀ ସ୍ବର୍ଗ ଦ୍ବାର ରେ ତାଙ୍କର ଶେଷ କୃତ ହେବ ବୋଲି ଜଣା ପଡିଛି। ସୁଶୀଲ ଦାସ ଜଣେ ଭଲ କୋଚ୍ ସହିତ ଓଡ଼ିଶା ସାଇକିଲିଙ୍ଗ ସଂଘ ର ଯୁଗ୍ମ ସମ୍ପାଦକ ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ଚାକିରି କରୁଥିବା ସମୟର ନିଜର ପ୍ରଶିକ୍ଷଣ ଦ୍ଵାରା ଦିନେଶ କୁମାର ସିଂ ଓ ସ୍ବସ୍ତି ସିଂ ଙ୍କ ଭଳି ଆର୍ନ୍ତଜାତୀୟ ସାଇକ୍ଲିଷ୍ଟ ସୃଷ୍ଟି କରିଛନ୍ତି। ଜଣେ ମିଷ୍ଟଭାଷୀ ଓ ମିଲାପୀ ବ୍ୟକ୍ତି ସହିତ ପରୋ ଉପକାରୀ ମଧ୍ୟ ଥିଲେ। ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିସରରେ ସୁଶୀଲ ଦାସ ଙ୍କ ପ୍ରଶିକ୍ଷଣ ରେ ଏବେ ମଧ୍ୟ ଅନେକ ଖେଳାଳି ପ୍ରଶିକ୍ଷଣ ନେଉଥିଲେ । ସୁଶୀଲ ଙ୍କ ମୃତ୍ୟୁ ଖବର ରାଉରକେଲା ସମେତ ସମଗ୍ର ଓଡ଼ିଶାରେ ସମସ୍ତ କ୍ରୀଡା ବିତ ଓ କ୍ରୀଡା ସଂଘଟନ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଆଜି ବାସନ୍ତୀ କଲୋନୀ ରେ ଓଡ଼ିଶା ସାଇକ୍ଲିଂ ସଙ୍ଘର ଉପ ସଭାପତି ନରସିଂହ ସାହୁ ଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ସାଇକ୍ଲିଂ ସଂଘ ଓ ରାଉରକେଲା ସାଇକ୍ଳିଂ କ୍ଳବ୍ ର ମିଳିତ ରେ ଅଞ୍ଚଳର ଥିବା ସମସ୍ତ ସାଇକ୍ଲିଷ୍ଟ ଙ୍କୁ ନେଇ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରା ଯାଇଥିଲା । ଏଥିରେ ସୁନ୍ଦରଗଡ଼ ସାଇକ୍ଲିଂ ସଙ୍ଘର ସମ୍ପାଦକ ଗୋପୀନାଥ ପଣ୍ଡା ,ଆରତୀ ଚୌଧୁରୀ,ପ୍ରମୋଦ ବେହେରା ରାଉରକେଲା ସାଇକ୍ଲିଂ କ୍ଳବ୍ ର ସଭାପତି ସୁଶାନ୍ତ ବେହେରା, ଗୀତା ବାନାର୍ଜୀ,ବର୍ଷା ବାନାର୍ଜୀ,ଶିବାନୀ ସାହା, ରୀୟା କୁମାରୀ,ଅଙ୍କିତ ବଢିଆ ଓ ଜୟ ପାଲ ଉପସ୍ଥିତ ରହି ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ରାଜ୍ୟ
ସାଇକ୍ଲିଷ୍ଟ ସୁଶିଲ ଦାସ ଙ୍କ ବିୟୋଗ ।
- Hits: 3