ହେଡଲାଇନସ୍:

 ମନ୍ତ୍ରୀ ସୁଶାନ୍ତ ବଢ଼ାଇଲେ ସହଯୋଗର ହାତ :  ୧୩ ବର୍ଷ ପରେ ପରିବାର ସହ ମିଶିଲେ ଗୋଲାପୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୋହେଲା (ଶାସକ ପ୍ରଶାସକ)-ସୋହେଲା ବ୍ଲକ ଅନ୍ତର୍ଗତ କରଣ୍ଡୋଲା ଗ୍ରାମର କପିଳ ଭୁଏଙ୍କ ପତ୍ନୀ  ଗୁଲାପୀ ଦୀର୍ଘ ୧୩ ବର୍ଷ ପରେ ନିଜ ଘରକୁ ଆଜି ଫେରିଛନ୍ତି । ତାଙ୍କ ମାନସିକ ବିକୃତି ଯୋଗୁଁ ୨୦୦୬ରେ ସେ ଘରୁ କୁଆଡେ ଚାଲି ଯାଇଥିଲେ । ତାଙ୍କର ଗୋଟିଏ ପୁଅ ଓ ୨ଝିଅ । ସେମାନେ ଏବେ ସାବାଳକ ହେଲେଣି । ତାଙ୍କ ପତ୍ନୀ  ଜୀବିତ ଥିବା ପୋଲିସଠାରୁ ଖବର ପାଇ  କପିଳ ତଥା ପରିବାର ସଦସ୍ୟମାନେ ଆତ୍ମହରା ହୋଇ ପଡିଥିଲେ । ପୋଲିସ ସୂତ୍ରରୁ ପ୍ରକାଶ ଯେ, କପିଳ ଜଣେ ସାଧାରଣ ଚାଷୀ । ପରିବାର କହିଲେ ପତ୍ନୀ ଗୁଲାପି (୫୨) ଓ ପୁଅ ଚୂଡାମଣୀ(୧୮),ଝିଅ ଗିରୀଜା(୨୦) ଓ ସୌଦାମିନୀ (୧୮) । ଗତ ୨୦୦୬ ମସିହାରେ ଦିନେ କପିଳ ଖେତକୁ ଯାଇଥିବାବେଳେ ଗୁଲାପି କୁଆଡେ ଚାଲିଯାଇଥିଲେ । କପିଳ ଖେତରୁ ଫେରି ତାଙ୍କୁ ଅନେକ ଖୋଜାଖୋଜି  କରି ପାଇ ନଥିଲେ । ଗତ ସପ୍ତାହରେ ନାଗପୁର ସରକାରୀ ମେଂଟାଲ ହସପିଟାଲରୁ ଗୁଲାପୀଙ୍କ ବିଷୟରେ ଏକ ଫୋନ କଲ ଆସିଥିଲା ସୋହେଲା ଥାନା ଆଇଆଇସି ନିର୍ମଲ କୁମାର ମହାପାତ୍ରଙ୍କ ପାଖକୁ । ଫୋନ କରିଥିଲେ  ହସପିଟାଲର ଡିରେକ୍ଟର ଡାକ୍ତର ଆଗଥା ମୋହାରିଲ । ଡାକ୍ତର ଆଗଥା ଆଇଆଇସିଙ୍କୁ ଗୁଲାପିଙ୍କ ବିଷୟରେ ସମସ୍ତ କଥା କହିଥିଲେ ଏବଂ ହ୍ୱାଟ୍ସଅପରେ ଫୋଟୋ ପଠାଇଥିଲେ । ଆଇଆଇସି ମହାପାତ୍ର କରଣ୍ଡୋଲା ଗ୍ରାମରେ ଗୁଲାପି ବିଷୟରେ ଅନୁସନ୍ଧାନ କଲା ପରେ ଘଟଣାର ସତ୍ୟତା ଜଣାପଡିଥିଲା । କପିଳ ଓ ତାଙ୍କ ସନ୍ତାନମାନେ ମାଆ ଜୀବିତ ଓ ସୁରକ୍ଷିତ ଥିବା ଜାଣି ଆନନ୍ଦରେ ବିଭୋର ହୋଇଯାଇଥିଲେ । ତାଙ୍କୁ ଆଣିବା ପାଇଁ ଯୋଜନା ଚାଲିଥିଲା । ଏହି ଖବର ପାଇ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହଯୋଗର ହାତ ବଢ଼ିଥିଲା । ସେ ପୋଲିସର ସହାୟତାରେ ତାଙ୍କର ଜଣେ ବିଶ୍ୱସ୍ତ ଯୁବକ ସନାତନ ପଧାନଙ୍କ ସହିତ ଗୁଲାପୀଙ୍କ ସ୍ୱାମୀ କପିଳ ଓ ଥାନାରୁ ଜଣେ ହୋମଗାର୍ଡ ସୁବାଷ କାଣ୍ଡଙ୍କୁ  ନାଗପୁରକୁ ପଠାଇଥିଲେ । ସେଠାରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ କପିଲ । କପିଲଙ୍କୁ ଦେଖି ଗୁଲାପି ମୁଣ୍ଡିଆ ମାରିଥିଲେ । ସେଠାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ବୋଲି ସାଂଗରେ ଯାଇଥିବା ସନାତନ କହିଛନ୍ତି । ସେମାନେ ଗୁଲାପୀଙ୍କୁ ସାଂଗରେ ଧରି ଆଜି ସକାଳେ ସୋହେଲା ଥାନାକୁ ଆସି ପହଂଚିଥିଲେ । ଥାନାରେ ମନ୍ତ୍ରୀ ସିଂହଙ୍କ ତରଫରୁ ଦୁଇ ଖଣ୍ଡ ଶାଢ଼ୀ,୪ମାସର ଔଷଧ ଓ କମ୍ବଳ ଗୁଲାପୀଙ୍କୁ ପ୍ରଦାନ କରାଯାଇଥିଲା । ଏପରିକ ଥାନା ଆଇଆଇସି ମହାପାତ୍ର ମଧ୍ୟ ଗୁଲାପିଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଗୁଲାପୀ ଏବେ ପୁରାପୁରି ସୁସ୍ଥ ଥିବା ସହିତ ଛତିଶଗଡି ମିଶା ଭାଷାରେ କଥା ହେଉଛନ୍ତି । ଗୁଲାପୀଙ୍କୁ ଥାନାରୁ ବିଦାୟ ଦେବାବେଳେ ଆଇଆଇସି ମହାପାତ୍ରଙ୍କ ସହିତ,ମହିଳା ସବଇନ୍ସପେକ୍ଟର ସ୍ୱପ୍ନାରାଣୀ ଗୋଚ୍ଛାୟତ,ସରସ୍ୱତୀ ପଧାନ ତଥା ବରିଷ୍ଠ ନାଗରିକ ଗଣତନ୍ତ୍ର ପଧାନ,ପ୍ରଫୁଲ୍ଲ ପଧାନ,ମାର୍କଣ୍ଡ ସା ପ୍ରମୁଖ ଉପସ୍ଥିତ ଥିଲେ । ଥାନା ଗାଡିରେ ଗୁଲାପି ଓ କପିଳଙ୍କୁ କରଣ୍ଡୋଲା ଗାଁ ନେଇ ଛାଡି ଦେଇ ଆସିଥିଲା 

 

 

0
0
0
s2sdefault