ହେଡଲାଇନସ୍:

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ସେପ୍ଟେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋଆ ଆଇଡିଆଥନ୍ -୨୦୨୫ ଅନୁଷ୍ଠିତ ହୋଇଛି । ଗତ ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ଅନ୍‌ଲାଇନ୍ ହାକାଥନ୍‌ରେ ୧୮୩୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦ୍‌ଘାଟନୀ ସମାରୋହରେ ସୋଆ କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସୋଆ ଆଇଡିଆଥନ୍ - ୨୦୨୫ର ସଭାପତି ପ୍ରଫେସର ଡ. ମନୋରଞ୍ଜନ ପାଢୀ, ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁୁ, ସିନିଅର ଆସିଷ୍ଟାଂଟ ସ୍ୱାଗତିକା ଆଚାର୍ଯ୍ୟ, ଇଞ୍ଜିନିୟର ଡ. ପ୍ରିୟରଞ୍ଜନ ମେହେର ଉପସ୍ଥିତ ଥିଲେ । ଆଇଟିଇଆର ଛାତ୍ରମଙ୍ଗଳର ଅତିରିକ୍ତ ଡିନ୍ ପ୍ରଫେସର ରେଣୁ ଶର୍ମା ଓ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିଭାଗର ମୁଖ୍ୟ ସଂଯୋଜକ ଡ. ଶଶାଙ୍କ ଚୌଧୁରୀ ଉପସ୍ଥିତ ଥିଲେ ।
ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ନବସୃଜନ ଆଣିବା ସହ ପ୍ରଯୁକ୍ତି ବିଦ୍ୟାର ବିକାଶ, ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ । ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୫ର ପ୍ରଭାବିତ ହୋଇ ସୋଆ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି ପ୍ଲାଟଫର୍ମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଚ୍ୟାଲେଞ୍ଜ ଓ ଅସୁବିଧାକୁ କିପରି ମୁକାବିଲା କରିବେ ତାର ସମାଧାନ ଦକ୍ଷତା ହାସଲ କରିଥିଲେ ।
କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ଆଇଟିଇଆରର ଅତିରିକ୍ତ ଡିନ୍‌(ଏକାଡେମିକ୍ସ) ପ୍ରଫେସର ଡିଏନ ଥାଟୋଇ, ସିଏସଇ ମୁଖ୍ୟ ପ୍ରଫେସର ଦେବାହୂତି ମିଶ୍ର, ସିଏସ୍ ଆଣ୍ଡ ଆଇଟିର ମୁଖ୍ୟ ପ୍ରଫେସର ଅଜିତ ନାୟକ ଉପସ୍ଥିତ ଥିଲେ ।

0
0
0
s2sdefault