ହେଡଲାଇନସ୍:

ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କଲେ: ଅଙ୍କିକା, ଓଡ଼ଗାଁ ପାଇଁ ଗୌରବ ଆଣି ସାଉଁଟିଲେ ଶୁଭେଚ୍ଛା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ଏନ୍ଏସି ଅନ୍ତର୍ଗତ ଛାମୁ ସାହିର ବାସିନ୍ଦା ସୁନା ଝିଅ ଅଙ୍କିକା ଚୌଧୁରୀ ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡ଼ଗାଁ ପାଇଁ ଗୌରବ ଆଣି ସାଉଣ୍ଟିଛନ୍ତି ଶୁଭେଚ୍ଛା । ମାତା ପ୍ରଭାସିନୀ ଚୌଧୁରୀ ଓ ପିତା ଦୀପକ କୁମାର ଚୌଧୁରୀଙ୍କ ସୁଯୋଗ୍ୟା ସନ୍ତାନ ଅଙ୍କିକା ଓଡ଼ଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ଜିଲ୍ଲା ସ୍ତରୀୟ ସଫଳତା ହାସଲ କରିଥିଲେ । ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ +୨ ବିଜ୍ଞାନ ଶିକ୍ଷା ଅଧ୍ୟୟନ କରିବା ସହିତ ସ୍ଥାନୀୟ ରଘୁନାଥ ଷ୍ଟଡି କେୟାରରେ ସ୍ବତନ୍ତ୍ର କୋଚିଙ୍ଗ ମାଧ୍ୟମରେ କଲେଜରୁ ଉଚ୍ଚ ସଫଳତା ହାସଲ କରି ଦ୍ବିତୀୟ ଗୋଲ୍ଡ ମେଡାଲ ବିଜେତା ଭାବେ ଅନୁଷ୍ଠାନର ଗୌରବ ବୃଦ୍ଧି କରିଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଅଟୋନମସ କଲେଜ, ବାଲେଶ୍ବରରେ ଇକୋନୋମିକ୍ସ ବିଷୟରେ ଇଣ୍ଟିଗ୍ରେଟେଡ ବିଡି କରି କଲେଜ ଟପର ହୋଇଥିଲେ । ଶେଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ୨୦୨୫ ବ୍ୟାଚ୍ ରୁପେ ଇକୋନୋମିକ୍ସରେ ସ୍ନାତକୋତ୍ତର ହାସଲ କରି ୟୁନିଭରସିଟି ଟପ୍ପର ହୋଇଥିଲେ । ଶନିବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ଅଡିଟୋରିୟମ୍, ବୁର୍ଲା ଠାରେ ଆୟୋଜିତ ସ୍ବତନ୍ତ୍ର ସମାବର୍ତ୍ତନ ଉତ୍ସବରେ ମାନ୍ୟବର କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତରୁ ଅଙ୍କିକା ଚୌଧୁରୀ ପ୍ରମାଣପତ୍ର ଓ ଗୋଲ୍ଡ ମେଡାଲ ସହିତ ଏହି ସମ୍ମାନର ଗୌରବ ଅର୍ଜନ କରିଛନ୍ତି । ଏଥିସହିତ ବିଭାଗୀୟ ପ୍ରଫେସର ଏସ୍ ପି ଗୁପ୍ତାଙ୍କ ଦ୍ବାରା ତାଙ୍କୁ ଅନ୍ୟ ଏକ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ କାମ୍ଭମ୍ପତି ହରି ବାବୁ, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି, ପ୍ରଫେସର ବିଦୁ ଭୂଷଣ ମିଶ୍ର,
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା ସ୍ୱାଧୀନ ରାଜ୍ୟ ମନ୍ତ୍ରୀ ସୁର୍ଯ୍ୟବନ୍ସି ସୁରଜ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଓଡ଼ିଶା ରବିନାରାୟଣ ନାୟକ, ଜୟନାରାୟଣ ମିଶ୍ର, ଓଡିଶା ବିଧାନସଭା ସଦସ୍ୟଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ଜଣେ ଭଲ ପ୍ରଫେସର ହେବା ଲକ୍ଷନେଇ କାର୍ଯ୍ୟରେ ଲାଗିପଡିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସ୍ବାମୀ ପ୍ରବୀଣ କୁମାର ପାତ୍ରଙ୍କ ସହ ଅଞ୍ଚଳର ଜନ ନାୟକଙ୍କ ସହ ଶିକ୍ଷାବିତ, ବୁଦ୍ଧିଜିବୀ, ସହପାଠୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବନ୍ଧୁ ପରିବାରଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

0
0
0
s2sdefault