ହେଡଲାଇନସ୍:

ଜଗତସିଂହପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ତା ୧୩.୦୯.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତ ଓ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀନିବାସ ପ୍ରତିହାରୀଙ୍କ ସହ ପରିବାର ଅଦାଲତ ଜଜ୍ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ନୀଳିମା ପଣ୍ଡା, ସବ ଜଜ୍ ରାକେଶ କୁମାର ମୁଦୁଲି, ମହିଳା ଅଦାଲତ ବିଚାରପତି ସ୍ଵପ୍ନଶ୍ରୀ ନାୟକ, ପ୍ରାଧିକରଣର ସଚିବ ବିଡିଡି ଚନ୍ଦନା, ସବ ଜଜ୍ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ମୁନଶିଫ ଅନନ୍ୟା ଦାସ, ଏସ୍.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ଜେ.ଏମ୍.ଏଫ୍.ସି ଅଙ୍କିତ ଦେୱାଙ୍ଗନ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ସେହିପରି କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍ ଅବକାଶ ଚୌଧୁରୀ, ମୁନସିଫ ଡକ୍ଟର ବିଶ୍ଵଭୂଷଣ ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜେଶ ମିଶ୍ର, ପାରସ ପାଢୀ ଓ ଶ୍ରୀମତୀ ରୋଶ୍ନିବାଲା ସେନାପତିଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି I ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚରେ ସ୍ଵେଛାସେବୀ ସୁଷମା ପ୍ରଧାନ, ଆଇନଜୀବୀ ସରତ ଚନ୍ଦ୍ର ସାହୁ ଏବଂ ବରିଷ୍ଠ ଆଇନଜୀବିମାନେ ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ଵ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ଓ ଟାଟା ପାୱାର ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୨୦୩୭ ମାମଲାରୁ ୧୩୪୨ ଟି ସଫଳତାର ସହ ଫଇସଲା ହେବା ସହିତ ୫ କୋଟି ୩ ଲକ୍ଷ ୧୪ ହଜାର ୩୭୨ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଓ ଭାରତ ସଞ୍ଚାର ନିଗମ ଲିମିଟେଡର ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୪୮୩୨ଟି ମାମଳରୁ ୧୯୦ ଟି ସଫଳତାର ସହ ଫଇସଲା ହେବା ସହିତ ୨୦ ଲକ୍ଷ ୧୯ ହଜାର ୧୪୬ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତୋଲ, ଏରସମା ଅଦାଳତ ଏବଂ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ଯାଳୟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଜୋରିମାନା ଆଦାୟ କରାଯାଇଛି।

0
0
0
s2sdefault