ହେଡଲାଇନସ୍:

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗଂଜାମ ଜିଲ୍ଳାପାଳଙ୍କ ଅଭିନବ ପ୍ରୟାସରେ ବର୍ତ୍ତମାନ ଗଂଜାମ ଜିଲ୍ଲାର ସମସ୍ତ ପଂଚାୟତକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ସେମାନଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ବେଲଗୁଣ୍ଠା ଏବିଇଓ ପ୍ରତିଭା ରଥ, ସିଡିପିଓ ନଳିନୀ ମହାରଣା, ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁ,ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ରହି ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି କରିଥିଲେ I ଆଜି ମୋଟ ୬୪ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୮ ଟି ଅଭିଯୋଗର ତତ୍କାଳ ସମାଧାନ କରାଯିବ ସହିତ ୧୬ ଟି ଅଭିଯୋଗର ଇ- ପଞ୍ଜିକରଣ କରାଯାଇଥିଲା I ଏହି ଅଭିଯୋଗ ଶୁଣାଣି ଶିବିରରେ ଭତ୍ତା, ସୁଭଦ୍ରା ଯୋଜନା,ରାସନ୍ କାର୍ଡ୍,ଜଳ ସେଚନ,ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ସମସ୍ୟାର ଅଭିଯୋଗ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା I ସମସ୍ତ ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ପର୍ଯ୍ୟାୟ କ୍ରମେ ସେଗୁଡ଼ିକର ସମାଧାନ କରାଯିବ ବୋଲି ବିଡ଼ିଓ କଳାକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି I ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗାଙ୍ଗପୁର ରାଜସ୍ଵ ନୀରିକ୍ଷକ,ସହକାରୀ ଶ୍ରମ ଅଧିକାରୀ, ସହକାରୀ କୃଷି ଅଧିକାରୀ, ଉଦ୍ୟାନ ବିଭାଗ ଅଧିକାରୀ, ବିଭିନ୍ନ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

0
0
0
s2sdefault