ହେଡଲାଇନସ୍:

ଜଙ୍ଗଲରୁ ମା-ପୁଅ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ): ଗତ ୫ ଦିନ ତଳେ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଥିବା ମା-ପୁଅଙ୍କୁ ବନ ବିଭାଗ ଆଜି ଜଙ୍ଗଲରୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ବାଉଁଶଗଡ଼ ନଦୀ କୂଳରେ କଙ୍କଡା ଧରିବାକୁ ଯାଇଥିବା ଅଞ୍ଜନା ମିର୍ଦ୍ଧା ଓ ତାଙ୍କ ପୁଅ ରତିନ୍ଦ୍ର ମିର୍ଦ୍ଧା ୫ ଦିନ ହେଲା ନିଖୋଜ ଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଥିଲା ।
ଘଟଣା ପରେ ବନ ବିଭାଗ ୧୦ଟି ବିଶେଷ ଟିମ ଗଠନ କରି, କୁମ୍ଭୀରିଆ ନଦୀ ଓ ପାଖପାଖି ଜଙ୍ଗଲ ମଧ୍ୟରେ ଦୁଇ ଦିନ ଧରି ବ୍ୟାପକ ଖୋଜାଖୋଜି ଚଳାଇଥିଲା ।ଶେଷରେ ଆଜି ସେହି ଚେଷ୍ଟାର ସଫଳତା ମିଳିଛି । ବାଉଁଶଗଡ଼ ନଦୀ ପାର୍ଶ୍ୱରେ ହାବେଳି ଘାଟିକୁ ଯିବା ବାଟରେ, ଜଙ୍ଗଲ ଭିତରେ ବାଟ ବଣା ହୋଇ ମା-ପୁଅ ଅଟକି ପଡ଼ିଥିବା ବେଳେ ସେମାନଙ୍କୁ ବନ ବିଭାଗ ଟିମ ଉଦ୍ଧାର କରିଛି ।
ଉଦ୍ଧାର ହେବା ପରେ ସୁରକ୍ଷିତ ଭାବରେ ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ରଙ୍କୁ ଘରକୁ ପହଞ୍ଚାଇ ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଉଦ୍ଧାରକୁ ନେଇ ବନ ବିଭାଗଙ୍କ ଚେଷ୍ଟା ପ୍ରଶଂସା ପାଇଛି ।

0
0
0
s2sdefault