ହେଡଲାଇନସ୍:

ନବରଙ୍ଗପୁର ଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୮.୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ସଭାଗୃହ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରି ଛତ୍ରପତି ସାହୁ ଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗୈlରୀଶଙ୍କର ମାଝୀ , ମାନ୍ୟବର ବିଧାୟକ ନବରଙ୍ଗପୁର ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତପନ କୁମାର ଖୁଣ୍ଟିଆ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡ. ଓଁକାର ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତ ରଞ୍ଜନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ କେଶବ ମେହେର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ଜିଲ୍ଲା ର ସାକ୍ଷରତା ହାର ବୃଦ୍ଧି କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଓ ଆଗାମୀ ଦିନରେ ଜିଲ୍ଲା ର ନିରକ୍ଷରତା ଦୁର କରିବା ପାଇଁ ସମସ୍ତେ ମିଳିମିଶି ଆନ୍ତରିକତା ସହିତ କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ରେ ଶିକ୍ଷା ର ଉନ୍ନତି ପାଇଁ ଜିଲ୍ଲା ଶିକ୍ଷା ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସାକ୍ଷରତା ହାର ବୃଦ୍ଧି କରିବାରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ସାକ୍ଷରତା ହାର ବୃଦ୍ଧି ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ହେବା ସହ ଆତ୍ମ ନିଯୁକ୍ତି ,ଦକ୍ଷତା ବିକାଶ ଦିଗରେ ବିଶେଷ ସହାୟକ ହେବ ବୋଲି କହିଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକସମାଜ ନିରକ୍ଷରତା ଦୁର ପାଇଁ ନବସIକ୍ଷର ମାନଙ୍କ ଘରକୁ ଘର ଯାଇ ବୁଝାଇ ଶିକ୍ଷା ର ମହତ୍ତ୍ଵ ବୁଝାନ୍ତୁ ଓ ସେମାନେ ସIକ୍ଷର ହେଲେ ବିଭିନ୍ନ ସରକାରୀ ଯୋଜନା ର ଆର୍ଥିକ ସହାୟତା କୁ ଠିକ୍ ରୂପେ ପରିଚାଳନା କରି ପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ ଗୁପ୍ତ ପ୍ରସାଦ ନାଗ ପରିଚାଳନା କରିଥଲେ ଓ ଆଶୁତୋଷ ବେହେରା, ଜି.କରିଶ୍ମା, ପଲ୍ଲବୀ ସିଂ, ବିଜିଲି ଏକ୍କା, ମୂର୍ତ୍ତି କୁମାର ଓ ଅନୁଷ୍ଠାନ ର ଗୁରୁ ,ଛାତ୍ର ଛାତ୍ରୀ ସହାୟତା କରିଥିଲେ।

0
0
0
s2sdefault