ଦେବାଶିଷ ପଟ୍ଟନାୟକ
ପଦ୍ମପୁର
ଭlରତ ଏକ କୃଷି ପ୍ରଧାନ ଦେଶ ଅଟେ l କୃଷି କୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା ଗଢି ଉଠିଛି l ଭାରତ ବର୍ଷ ରେ ଅନୁଷ୍ଠିତ ହେଉଥିବା ପର୍ବ ପର୍ବାଣୀ ମଧ୍ୟ ରେ ନୂଆଁଖାଇ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି l ଭାରତ ର ବିଭିନ୍ନ ରାଜ୍ୟ ରେ ଶସ୍ୟ ପୁଜା ଭିନ୍ନ ଭିନ୍ନ ନାମରେ ପାଳନ କରାଯାଉଥିବା ବେଳେ ଓଡ଼ିଶାର ପଶ୍ଚିାଞ୍ଚଳରେ ଏହି ପର୍ବ ନୂଆଁଖାଇ ନାମରେ ନାମିତ ଅଟେ l ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେ ଏହି ପର୍ବ ପାଳନ କରାଯାଏ l ଏହି ପର୍ବ ଟିକୁ ପାଳନ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ନିର୍ଧାରଣ କରାଯାଇଥାଏ ଯାହାକୁ ଲଗ୍ନ କୁହାଯାଏ l ଜନଶ୍ରୁତି ଅନୁସାରେ ପାଟଣା ରଜ୍ୟ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ରମାଇ ଦେଓ ଙ୍କ ସମୟ ରୁ ନୂଆଁଖାଇ ପର୍ବ ପାଳନ କରିବା ର ପରମ୍ପରା ଆରମ୍ଭ ହୋଇଛି l ଅନ୍ୟ ଏକ ଜନଶୃତି ଅନୁଯାୟୀ ତ୍ରେତୟା ଯୁଗରେ ବର୍ତମାନ ର ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳ କୁ ମିଶ୍ରଣ କରି ଏକ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯାଇଥିଲା l ଯାହା କୋଶଳ ରାଜ୍ୟ ନାମ ରେ ନାମିତ ଥିଲା l ଏହି ରାଜ୍ୟ କୁ ଭାନୁମନ୍ତ ନରପତି ଶାସନ କରୁଥିଲେ l ରାଜା ଙ୍କ ଝିଅ ଙ୍କ ନାମ କୌଶଲ୍ୟା ଥିଲା ଓ ସେ ଅଯୋଧ୍ୟା ର ରାଜା ଦଶରଥ ଙ୍କୁ ବିବାହ କରିଥିଲେ l ଏହା ସହିତ ସେ ଭଗବାନ ଶ୍ରୀ ରାମ ଙ୍କ ମାତ ଥିଲେ l ରାଜା ଭନୁମନ୍ତ ଙ୍କ ମୃତ୍ୟୁ ପରେ ତାଙ୍କ ଝିଅ କୌଶଲ୍ୟା କୋଶଳ ରାଜ୍ୟ ର ଶାସନ ଭାର ସମ୍ଭାଳିଥିଲେ l କାଳକ୍ରମେ ରାଜା ଦଶରଥ ତାଙ୍କ ରାଜ୍ୟ ଅଯୋଧ୍ୟା କୁ କୋଶଳ ସହିତ ମିଶ୍ରଣ କରିଥିଲେ l ପରେ ପ୍ରଭୁ ରାମ ଚନ୍ଦ୍ର ତାଙ୍କ ର ଦେହାନ୍ତ ପୂର୍ବ ରୁ ନିଜ ପୁତ୍ର କୁଶ ଙ୍କୁ କୋଶଳ ରାଜ୍ୟ ର ଶାସନ ଭାର ଅର୍ପଣ କରିଥିଲେ l ମହାରାଜ କୁଶ କୋଶଳ ରାଜ୍ୟର ରାଜା ହେବାପରେ ଗନ୍ଧମାର୍ଦନ ପର୍ବତ୍ୟ ଅଂଚଳ ରେ କୁଶବର୍ତ ରାଜ୍ୟ ର ରାଜଧାନୀ ପ୍ରତିଷ୍ଠା କରାଇଥିଲେ l ସେହି ସମୟରେ କୋଶଳ ରାଜ୍ୟ ରେ ମରୁଡି ପଡ଼ିଥିଲା l ଲୋକେ ଖାଦ୍ୟ ପାଇଁ ବହୁତ ହଇରାଣ ହୋଇଥିଲେ l ରାଜା କୁଶ ମଧ୍ୟ ବହୁତ ଚିନ୍ତିତ ଥିଲେ l ପରେ ଋଷି ମାନଙ୍କ ପରାମର୍ଶ ଅନୁସାରେ ଭଲ ବର୍ଷା ହେବା ପାଇଁ ରାଜା କୁଶ ପଦ୍ମ ମଣ୍ଡଳ ରେ ଏକ ଯଜ୍ଞ ର ଆୟୋଜନ କରୁଥିଲେ l ଯଜ୍ଞ ହେବା ଫଳରେ କୋଶଳ ରାଜ୍ୟ ରେ ଭଲ ବର୍ଷା ହୋଇଥିଲେ l ରାଜା ନିଜେ ଚାଷ କରି ଥିଲେ ଓ ଧାନ ଉତ୍ପାଦନ କରିଥିଲେ l ନିଜେ ଉତ୍ପାଦନ କରିଥିବା ନୂଆଁ ଧାନ ରୁ ଅନ୍ନ ପ୍ରସ୍ତୁତ କରିଥିଲେ ଓ ପ୍ରଜା ମାନଙ୍କୁ ଖାଇବା ପାଇଁ ଦେଇଥିଲେ l ସେହି ଦିନ କୁ ମନେ ପକାଇବାପାଇଁ କୋଶଳ ରାଜ୍ୟ ର ପ୍ରଜାମାନେ ନୂଆଁଖାଇ ପର୍ବ ପାଳନ ଆରମ୍ଭ କରିଥିଲେ l ପଶ୍ଚିମାଞ୍ଚଳ ମୂଖ୍ୟତଃ ଏକ ଶକ୍ତି ପୀଠ ହୋଇଥିବାରୁ ନୂଆଁ ଅନ୍ନ ପ୍ରଥମେ ସମ୍ବଲପୁର ମାଁ ସମଲେଶ୍ଵରୀ, ବଲାଙ୍ଗୀର ର ମାଁ ପlଟନେଶ୍ଵରୀ, ସୋନ ପୁର ର ସୁରେଶ୍ଵରୀ, କଳାହାଣ୍ଡି ର ମlଣି କେଶ୍ଵରୀ, ଓ ବିଭିନ୍ନ ଗ୍ରାମ ର ଗ୍ରାମ ଦେବଦେବୀ ଙ୍କ ଠା ରେ ପ୍ରଥମେ ଅର୍ପଣ କରାଯାଏ l ଏହି ସବୁ ଦେବା ଦେବୀ ଙ୍କ ଠାରେ ନୁଆଁ ଅନ୍ନ ଲାଗି ହେବା ପରେ ଘର ର ସମସ୍ତ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଗ୍ରହଣ କରନ୍ତି l ଏହା ପରେ ଦେବା ଦେବୀ ଙ୍କୁ ଦର୍ଶନ କରି ଘର ର ବଡ଼ ମାନଙ୍କୁ ସମସ୍ତେ ମୁଣ୍ଡିଆ ମାରନ୍ତି l ସନ୍ଧ୍ୟା ରେ ବନ୍ଧୁ ବାନ୍ଧବ ଓ ପଡୋଶୀ ଙ୍କ ସହିତ ଜୁହାର ଭେଟ୍ ର ଆସର ହୋଇଥାଏ l ଏହା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଏହି କାର୍ଯକ୍ରମ ରେ ସମାଜ ର ସମସ୍ତେ ବର୍ଗ ର ଲୋକେ ସାମିଲ ହୋଇଥାଆନ୍ତି l