ହେଡଲାଇନସ୍:

ଓଡଗାଁ ବ୍ଲକ ରଙ୍ଗଣିପାଟଣା ଜାମୁ ସାହିର ହରିଜନ ସାହି ନଳ କୂପ ଖନନ ଦାବୀ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ସରକାର ଘର ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରାଥମିକତା ଦେଇଥିବା ବେଳେ ଗାଁ ଗାଁରେ ମହାନଦୀର ଜଳ ଯୋଗାଣ ଏବେ ସାତ ସପନ ହୋଇଯାଇଛି । ଏଥିପାଇଁ ଭଲ ରାସ୍ତା ସବୁ ଖୋଳି ଠିକାଦାର ମାନେ ପାଇପ ପକାଇ ଚାଲିଛନ୍ତି । ହେଲେ ପାଣି କେବେ ମିଳିବ ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଏପରିସ୍ଥିତିରେ ଓଡ଼ଗାଁ ବ୍ଲକ ରଙ୍ଗଣିପାଟଣା ପଞ୍ଚାୟତ ଜାମୁ ସାହିର ହରିଜନ ସାହିରେ ୪୦ ପରିବାର ସଫା ପାଣି ଟିକେ ବଦଳରେ ଲୁହା ଗୁଣ୍ଡ କଳଙ୍କି ବାହାରୁଥିବା ଏକ ମାତ୍ର ନଳ କୂପ ଉପରେ ଭରଷା କରିଛନ୍ତି । ଏଣୁ ସଫା ପାଣି ଟୋପାଏ ପାଇଁ ଅନ୍ୟ ଏକ ନଳକୂପ ଖନନ କରିବାକୁ ସେମାନେ ଦାବୀ କରିଥିଲେ । ଏକମାସ ପୂର୍ବେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ଗୋଟିଏ ନଳ କୂପ ଖନନ କରିଥିଲେ । ହେଲେ ସେଥିରେ ପାଣି ବଦଳରେ ବାଲି ବାହାରିବାରୁ ପୁଣି ଥରେ ଅନ୍ୟ ଏକ ଉଚ୍ଚା ସ୍ଥାନରେ ନଳକୂପ ଖନନ କରିବାକୁ କହି ଗାଡି ଚାଲି ଯାଇଥିଲା । ତେବେ ବିଳମ୍ବ ବଢିବାରୁ ସାହି ବାସିନ୍ଦା ପୂର୍ବ ଦାବୀ ଦୋହରାଇବା ସହିତ ଏନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏ ସମ୍ପର୍କରେ ସରପଞ୍ଚ ସସ୍ମିତା ପାତ୍ରଙ୍କ ମତାମତ ନେବାରେ ସେ ଏନେଇ ବିଭାଗୀୟ ଯାନ୍ତ୍ରୀଙ୍କୁ କହିଥିବା କହୁଥିବା ବେଳେ ବର୍ଷା ଛାଡିଲେ ଅନ୍ୟ ଏକ ଜାଗାରେ ନଳ କୂପ ଖନନ କରାଯିବ ବୋଲି ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରତିଶୃତି ଦେଇଛନ୍ତି ।

0
0
0
s2sdefault