ହେଡଲାଇନସ୍:

ଭୁବନେଶ୍ୱରରେ ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍‌ର ଷଷ୍ଠତମ ସମ୍ମିଳନୀ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୩ ଅଗଷ୍ଟ -ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍‌ (OAA)ର ଷଷ୍ଠତମ ବାର୍ଷିକ ସମ୍ମିଳନୀ ୨୩ ରୁ ୨୪ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ମେଫେୟାର ହୋଟେଲରେ ଅନୁଷ୍ଠିତ ହେଉଛି । ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଅଧିକ ଅର୍ଥୋପେଡିକ୍ ସର୍ଜନ ଡାକ୍ତରମାନେ ଅଂଶଗ୍ରହଣ କରିଛନ୍ତି ।
ସମ୍ମିଳନୀରେ ବୈଜ୍ଞାନିକ ଅଧିବେଶନ, ଅସ୍ତ୍ରୋପଚାରର ସିଧାସଳଖ ପ୍ରଦର୍ଶନ ଏବଂ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ସମ୍ବନ୍ଧୀୟ ଵିଭିନ୍ନ ନୂତନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଜାତୀୟ ଓ ରାଜ୍ୟସ୍ତରୀୟ ବିଶିଷ୍ଟ ବକ୍ତାମାନେ ଅଣ୍ଟା ଓ ଆଣ୍ଠୁ ପ୍ରତିରୋପଣ, ସଂଶୋଧନ ଶଲ୍ୟଚିକିତ୍ସା ଏବଂ ରୋଗୀ ସେବା ପ୍ରବୃତ୍ତିରେ ବିଶେଷ ଭାବେ ପ୍ରଚଳିତ ଚିକିତ୍ସା ବିଷୟରେ ଆଲୋଚନା ହୋଇଛି ।
୨୨ ଅଗଷ୍ଟରେ କଟକ ଏସ୍‌ସିବି ମେଡିକାଲ କଲେଜରେ ହିପ୍ ଏବଂ ଆଣ୍ଠୁ ପ୍ରତିରୋପଣ ଶଲ୍ୟଚିକିତ୍ସା ଉପରେ ହ୍ୟାଣ୍ଡସ୍-ଅନ୍ କାଡାଭେରିକ୍ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଅର୍ଥୋପେଡିକ୍ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଓଏଏ ସଭାପତି ଡ଼ା. ନିର୍ମଳ ଚନ୍ଦ୍ର ମହାପାତ୍ର ଓଡ଼ିଶାରେ ଗଣ୍ଠି ପ୍ରତରୋପଣ ଅସ୍ତ୍ରୋପଚାର ଶଲ୍ୟଚିକିତ୍ସାକୁ ଆଗକୁ ବଢ଼ାଇବା ପ୍ରତି ଓଏଏର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ । ଆସୋସିଏସନ୍‌ର ଉପାଧ୍ୟକ୍ଷ ଏବଂ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍‌ର (ଆଇଏଏ)ର ସମ୍ପାଦକ ଡ଼ା. ଦେବବ୍ରତ ପାଢୀ ଅର୍ଥୋପେଡିକ୍ ବୃତ୍ତିଧାରୀମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନ ଏବଂ ପ୍ରଶିକ୍ଷଣ ଦେବାରେ ଏହି ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଓଏଏ ସମ୍ପାଦକ ଡ଼ା. ବିଷ୍ଣୁ ପ୍ରସାଦ ପାତ୍ରୋ ଏହି କ୍ଷେତ୍ରର ସାମ୍ପ୍ରତିକ ଅଗ୍ରଗତିକୁ ପ୍ରୋତ୍ସାହନ ଦେବା ପାଇଁ ନିୟମିତ ବ୍ୟବଧାନରେ ଏହିପରି କାର୍ଯ୍ୟକ୍ରମର ଆବଶ୍ୟକତାକୁ ଉଲ୍ଲେଖ କରିଥିଲେ ।
ସଭାରେ ଆଇଏଏ ସଭାପତି ଡ଼ା. ସଞ୍ଜୀବ ଜୈନ ଏବଂ ପରିଚାଳନା ଅଧ୍ୟକ୍ଷ ଡ଼ା. ସୁନିଲ ଦାଶ ସହିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ ।
ସମ୍ମିଳନୀର ଉଦଘାଟନ ସମାରୋହରେ ପରିଚାଳନା ସମ୍ପାଦକ ଡ଼ା. କିଶୋର ପଣ୍ଡା ସମସ୍ତ ପ୍ରତିନିଧି, ବକ୍ତା ଏବଂ ସଂଗଠନର ସଦସ୍ୟଙ୍କୁ କାର୍ଯ୍ୟକ୍ରମର ସୁଚାରୁ ସମ୍ପାଦନା ପାଇଁ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault