ହେଡଲାଇନସ୍:

କଫ ସିରଫ ଜବତ, ଯୁବକକୁ କୋର୍ଟ ଚାଲାଣ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପୋଲିସ ରବିବାର ୧୩ ବୋତଲ କଫ ସିରଫ ଜବତ ସହ ଜଣେ ଯୁବକ କୁ କୋର୍ଟ ଚାଲାଣ କରିଛି |ପୋଲିସ ସୁତ୍ରରୁ ପ୍ରକାଶ ଯେ ରବିବାର ଦିନ ୧ ଟା ସମୟରେ ମାଝୀମୁଣ୍ଡା ରାସ୍ତାର ଜଡ଼ାମୁଣ୍ଡା ବନ୍ଦ ନିକଟରେ ଏକ ଯୁବକକୁ ପୋଲିସ ଅଟକାଇ ତାଙ୍କ ଠାରୁ ୧୩ ବୋତଲ କଫ ସିରଫ ଜବତ କରି ଯୁବକଙ୍କୁ ଥାନା ଆଣି ପଚରା ଉଚର କରିଥିଲା |ଯୁବକ ଜଣକ ହେଲେ ଡୁଙ୍ଗୁରିପାଲି ବରିହାପଡ଼ାର ପ୍ରୀତମ ବରିହା (୨୭)|କେଶ ନମ୍ବର -୧୪୯ /୨୫ ରେଦଫା ଅଣ୍ଡରସେକ୍ସନ ୨୭୬/୨୭୭ ଭାରତୀୟ ନ୍ୟାୟ ସହିତା ଅନୁଯାୟୀ ପ୍ରିତମ କୁ କୋର୍ଟ ଚାଲାଣ କରାଯାଇଥିଲା |ଜାମିନ ନା ମଂଜୁର ହେବାରୁ ତାଙ୍କୁ ଜେଲ ହାଜତ କୁ ପଠାଇଥିବା ଥାନା ଅଧିକାରୀ ରୋଜାଲିନି ପଟେଲ କହିଛନ୍ତି |

0
0
0
s2sdefault