ଓଡ଼ଗାଁ,୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ଅତିରିକ୍ତ ମଣ୍ଡଳ ଅଧିକାରୀ କବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଆଗାମୀ ୭୯ ତମ ସ୍ୱାଧୀନତା ଦିବସକୁ କିପରି ସୁରୁଖୁରୁରେ ଓ ଶୃଙ୍ଖଳାର ସହିତ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ପାଇଁ ଆଦର୍ଶ ଥାନାଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀଙ୍କୁ ଆଶୁ ଚିକିତ୍ସା ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ରାଜ୍ୟ
୭୯ ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ
- Hits: 67