ହେଡଲାଇନସ୍:

ଡିଜିଟାଲ ଉପସ୍ଥାନ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ) ଅର୍ଥାତ୍ ଡିଜିଟାଲ ଉପସ୍ଥାନ ବ୍ୟବସ୍ଥାକୁ ସ୍ଥଗିତ ରଖିବା ନେଇ ଦାବି କରାଯାଇଛି । ଜିଲ୍ଲାର ପ୍ରାଥମିକ ଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ଶିକ୍ଷକ ଓ କର୍ମଚାରୀ ମାନେ ୨୦୨୫ ଗତ ଅପ୍ରେଲ ମାସ ୧୦ ତାରିଖରେ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆବଶ୍ୟକ ଭିତ୍ତିଭୂମୀ ନଥାଇ ସିଷ୍ଟମ ଲାଗୁକରିବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟକୁ ଇଣ୍ଟରନେଟ ସୁବିଧା ସହିତ ମୋବାଇଲ୍ ଓ ମାସିକ ଇଣ୍ଟରନେଟ ପ୍ୟାକ ପ୍ରଦାନ ବ୍ୟବସ୍ଥା କରାଗଲେ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ରହିବ ନାହିଁ । ସଂଘ ତରଫରୁ ନୟାଗଡ଼ ଶିକ୍ଷାଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇ ଦିଆଯାଇଛି ବୋଲି ମିଳିତ ଶିକ୍ଷକ ଓ କର୍ମଚାରୀ କ୍ରିୟାନୁଷ୍ଠାନ କମିଟି ଠାରୁ ପ୍ରକାଶ ।

0
0
0
s2sdefault