ହେଡଲାଇନସ୍:

ଦୁର୍ଘଟଣାରେ ଆହତ ସାମ୍ବାଦିକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗତ ୨୯ ତାରିଖରେ ବେଲଗୁଣ୍ଠାର ସାମ୍ବାଦିକ ତଥା ବିଜେପି ନଗର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ତ୍ରୀପାଠି ନିଜ ଘର ଆଗରେ ଛିଡ଼ା ହୋଇଥିବା ସମୟରେ ଏକ ମୋଟରସାଇକେଲ୍ ଆସି ତାଙ୍କୁ ଧକ୍କା ଦେଇଥିଲା I ଫଳରେ ସୂର୍ଯ୍ୟ ନାରାୟଣଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା I ତାଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ବେଲଗୁଣ୍ଠା ଏବଂ ପରେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସୂର୍ଯ୍ୟ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ସୋରଡା ବିଧାୟକ ନୀଳମଣି ବିଷୋୟୀ ସୂର୍ଯ୍ୟନାରାୟଣଙ୍କ ବାସ ଭବନକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ଯ କାମନା କରିଥିଲେ I ବିଧାୟକଙ୍କ ସହିତ ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଙ୍ଗଠକ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ I

0
0
0
s2sdefault