ହେଡଲାଇନସ୍:

ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର ର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର ର ଷଷ୍ଠ ବାର୍ଷିକ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଏହି କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବା ତଥା ମହିଳା ଓ ବାଳିକା ହିଂସା କୁ ରୋକିବାରେ ଆଇ ଏସ୍ ଆର୍ ଡି ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ।
ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ଯୋଗ ଦେଇ ଜିଲ୍ଲା ରେ ହେଉଥିବା ମହିଳା ଓ ବାଳିକା ହିଂସା କୁ ରୋକିବାରେ ତଥା ନିର୍ଯାତିତା ମହିଳା ଓ ବାଳିକାଙ୍କ ପାଇଁ ଏହି କେନ୍ଦ୍ର ର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ଏହି କେନ୍ଦ୍ର ଆଗକୁ ଆହୁରି ଭାଲ କାମ କରିବା ପାଇ ଉତ୍ସାହିତ କରିଥିଲେ।
ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ମାନୀତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା, ତା’ପରେ ମାନ୍ୟବର ମୁଖ୍ୟ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା , ଯାହା ଆଶା ଏବଂ ସ୍ଥିରତାର ପ୍ରତୀକ ଥିଲା।
କିଛି ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ଯାହାଙ୍କର ଅବଦାନ ସଦାସର୍ବଦା ଆଇ ଏସ୍ ଆର୍ ଡ଼ି ୱାନ୍ ଷ୍ଟପ୍ କେନ୍ଦ୍ର ପାଇଁ ରହିଆସିଅଛି ସେହି କିଛି ବ୍ୟକ୍ତି ବିଶେଷଙ୍କୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା।
ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ଆଇ ଏସ୍ ଆର୍ ଡ଼ି ୱାନ ଷ୍ଟପ ସେଣ୍ଟର ତରଫରୁ ଏକ ମେଗାଜିନ “ନଭାନ୍ୟୁ” ଉନ୍ମୋଚନ କରାଯାଇଥିଲା। ଷଷ୍ଠ ବାର୍ଷିକ ଦିବସ ପାଳନ ଅବସରରେ ଅତିଥି ମାନଙ୍କ ଦ୍ଵାରା ଛେନାପୋଡ଼ କେକ୍ କଟାଯାଇଥିଲା।
କାର୍ଯ୍ୟକ୍ରମରେ ଲିଙ୍ଗ-ଭିତ୍ତିକ ହିଂସା ଏବଂ ବାଲ୍ୟବିବାହ ବିରୁଦ୍ଧରେ ଦୃଢ଼ ବାର୍ତ୍ତା ସହିତ ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ , ପ୍ରେରଣାଦାୟକ ଗୀତ , ଦଳଗତ ନୃତ୍ୟ ଏବଂ ସ୍କିଟ୍ ଅନ୍ତର୍ଭୁକ୍ତ ଥିଲା। ଦେଶାତ୍ମବୋଧକ ଗୀତ ଗାଇବା , ପ୍ରେରଣାଦାୟକ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲେଖା ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ସହିତ ସମ୍ମାନୀତ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାର ଟୋକନ ଭାବରେ ସାନ୍ତ୍ୱନା ପୁରସ୍କାର ଦିଆଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ଏସ୍ପି ସାର୍ ଙ୍କ ମାଡାମ୍ ଶ୍ରୀମତୀ ଲିପିକା ପଣ୍ଡା , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର , ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଶିଶୁ କଲ୍ୟାଣ ସମିତି ର ସଦସ୍ୟା ଶ୍ରୀମତୀ ମମତାରାଣୀ ଶତପଥି , ଓଡିଶା ଜୀବୀକା ମିସନ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଟିମନ ବାରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସଂଯୋଜିକା ଓଡିଶା ଜୀବିକା ମିଶନ ଶ୍ରୀମତୀ ଶିବାନୀ ପାଣୀଗ୍ରାହୀ , ପ୍ରାକ୍ତନ ଓଡିଶା ସାହିତ୍ଯ ଏକାଡେମୀ ର ସଦସ୍ୟ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ଉପସ୍ଥିତ ରହି ଜିଲ୍ଲା ରେ ହେଉଥିବା ମହିଳା ଓ ବାଳିକା ହିଂସା କୁ ରୋକିବାରେ ସହାୟତା ହୋଇଥିବା ସ୍ଥଳେ ୱାନ୍ ଷ୍ଟପ୍ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ।
ଏହି ଉତ୍ସବର ଆଇ ଏସ୍ ଆର୍ ଡି ୱାନ୍ ଷ୍ଟପ୍ ସେଣ୍ଟର ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତ ଅଧ୍ୟକ୍ଷତା କରିଥିଲେ , ଯିଏ ମହିଳା ସୁରକ୍ଷା ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବାରେ ବହୁ-ଭାଗୀ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ସଫଳତା , ସଚେତନତା ଏବଂ ସାମୁଦାୟିକ ସହଯୋଗକୁ ଆଲୋକିତ କରୁଥିବା ଏକ ସନ୍ଧ୍ୟାର ସ୍ୱର ସୃଷ୍ଟି କରିଥିବା ବେଳେ ଶ୍ରୀମତୀ ସୁନୀତା ରଥ , ଆଇ ଏସ୍ ଆର୍ ଡ଼ି ୱାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଦିବସ ପାଳନ ଅବସରରେ ଅଞ୍ଚଳର ବୃଦ୍ଧିଜୀବୀ , ଜିଲ୍ଲାର ସମସ୍ତ ସ୍କୁଲ , କଲେଜର ର ଶତାଧିକ ଛାତ୍ର ଛାତ୍ରୀ , ପାରାଳାଖେମୁଣ୍ଡି ର ସମସ୍ତ ସ୍କୁଲ କଲେଜ ର ଶିକ୍ଷକ , ଶିକ୍ଷୟିତ୍ରୀ , ଅଭିଭାବକ , ସ୍ବଚ୍ଛସାଥୀ , ସୁପରଭାଇଜର , ଗଣ ମାଧ୍ୟମର ପ୍ରତିନିଧି ଗଣ ଉପସ୍ଥିତ ରହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଆଇ ଏସ୍ ଆର୍ ଡି ୱାନ୍ ଷ୍ଟପ୍ କେନ୍ଦ୍ରର ମଧୁସ୍ମିତା ପାଢୀ , ସୁନିତା ବେହେରା , ମୋହିନୀ ପ୍ରଧାନ , ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି. ସୁରେଶ କୁମାର , ଦିବ୍ୟ କୁମାର ସୁଆର , ନିରୁପମା ରାଉଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ପରିଶେଷରେ ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର ର ଆଇନ ପରାମର୍ଶଦାତା ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault