ହେଡଲାଇନସ୍:

ବଡ଼ଭାଲୁପାଲି ରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ବଡ଼ଭାଲୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତଥା ପୂର୍ବ ସିଆରସିସି ଜୟଶ୍ରୀରାମ ସିକନ୍ଦର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥ ସଂଯୋଜନା କରିଥିଲେ। କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଚଳିତ ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ଏକାଡେ଼ମିକ କ୍ୟାଲେଣ୍ଡର, ନମୁନା ପାଠ୍ୟ ଯୋଜନା, ଲକ୍ଷ୍ୟ ପୋଷ୍ଟର, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ର ବହୁ ଶ୍ରେଣୀ ଶିକ୍ଷଣ ପରିଚାଳନା, ପରିସୀମା ଓ କ୍ଷେତ୍ରଫଳ ମାପିବା ପାଇଁ ଜିଓ ବୋର୍ଡ ର ବ୍ୟବହାର, ବିଦ୍ୟାଳୟ ସମୟ ସାରଣୀ, ସ୍ଥାନୀୟ ବିଦ୍ୟାଳୟ ର ଅଭିନଵ କାର୍ଯ୍ୟ, ଶିଶୁବାଟିକା କାର୍ଯ୍ୟପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତିକା, କମ୍ପୁଟର ଟାବଲେଟ ର ବ୍ୟବହାର, ଶିକ୍ଷଣ ଉପକରଣ, ମୋ ଡାଏରୀ, ମୋ ଖାତା, ଗଣିତ ଖାତା,ଚିତ୍ରାଙ୍କନ ଖାତା,କାର୍ଯ୍ୟ ପୁସ୍ତିକା ର ବ୍ୟବହାର,ସମୟାନୁବର୍ତ୍ତିତା,ବିଦ୍ୟାଳୟ ବିକାଶ ଯୋଜନା ଓ ବିଦ୍ୟାଳୟ ସୁରକ୍ଷା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଶିକ୍ଷକ ମୁରାରୀ ରଥ, ସୁଦାମ ଖମାରୀ, ସାତ୍ଵିକ ସୁନା, ସନାତନ ବେହେରା, ଶାନ୍ତନୁକୁମାର ବାରିକ,ଉମାକାନ୍ତ ମେହେର,ବିଭୁତି ପୂଜାରୀ,ସୋମନାଥ ମହାପାତ୍ର,ବିପ୍ରବୀର ପାତ୍ର, ପ୍ରକାଶ ସାହୁ,ଶିକ୍ଷୟିତ୍ରୀ ମିନତୀ ପାଣିଗ୍ରାହୀ,ସନ୍ତୋଷିନୀ ସେଠୀ,ବନ୍ଦିତା ପଣ୍ଡା,ମଧୁମିତା ପଧାନ, ସହଯୋଗ କରିଥିଲେ। ଜିଲ୍ଲା ପେଡାଗୋଜି ସଂଯୋଜକ ଅକ୍ଷୟ ସାହୁ ମୁଖ୍ୟ ଅତିଥି ଓ ଜିଲ୍ଲା ଯୋଜନା ସଂଯୋଜକ ରାଜନାରାୟଣ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟ ଗୁଡିକର ସର୍ବାଙ୍ଗୀନ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଶିକ୍ଷକ ଚଉବର୍ଗ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault