ମହିଳାଙ୍କ ଉପରେ ଅତ୍ୟାଚାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ରହୁ: ବିଜେଡି
ଭୁବନେଶ୍ୱର, ୨୧/୦୭/୨୦୨୫: ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତିଙ୍କ ଗିରଫ ପ୍ରସଙ୍ଗରେ ବିଜୁ ଜନତା ଦଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ କହିଥିଲେ, କଂଗ୍ରେସ ଦଳର ଛାତ୍ର ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଅତ୍ୟନ୍ତ ସଙ୍ଗୀନ ଅଟେ । ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ସରକାର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ । କେବଳ ଏହି ଘଟଣା ନୁହେଁ, ସମଗ୍ର ରାଜ୍ୟରେ ଯେଉଁଠି ନାରୀମାନଙ୍କ ଉପରେ ଅତ୍ୟାଚାର ହେଉଛି, ପ୍ରତ୍ୟେକ କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ସହିତ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା କରନ୍ତୁ ।