ହେଡଲାଇନସ୍:

ମାନବିକତା ଦେଖାଇ ରୋଗୀ ପରିଜନଙ୍କୁ ସାହାଯ୍ୟ କଲେ ଆୟୁଷ ଡାକ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜମନକିରା ୧୫। ୭(ଲିପନ ନାଏକ): ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି କୁହା ଯାଉ ଥିବା ଏହି କଥାକୁ ସତ୍ୟ ସାବ୍ୟସ୍ତ କରିଛନ୍ତି ଜଣେ ଡାକ୍ତର। କେବଳ ରୋଗୀ ଚିକିତ୍ସା ନୁହେଁ ବରଂ ନିଜ ମାନବିକତାର ପରିଚୟ ଦେଇ ରୋଗୀଙ୍କ ହୃଦୟ ଜିତିପାରିଛନ୍ତି ଏହି ଡାକ୍ତର। ଆମେ କହୁଛୁଁ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ଆୟୁଷ ଡାକ୍ତର ଡ଼. ଦିବ୍ୟ ରଞ୍ଜନ ବେହେରାଙ୍କ। ଗତ ୧୪ ତାରିଖ ସକାଳ ପ୍ରାୟ ୧୦. ୩୦ରେ ଜମନକିରା ବ୍ଲକ କଟଙ୍ଗପାଣି ଗ୍ରାମ ପଞ୍ଚାୟତ ଟିକା ପଡା ଗ୍ରାମର ବାବଲୁ ଖରସେଲ ଏବଂ ତାଙ୍କ ସ୍ତ୍ରୀ ନିଜ ୪ ବର୍ଷୀୟ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସିଦ୍ଧାର୍ଥ ବେହେରା ଛୁଟିରେ ଥିବା ବେଳେ ଉକ୍ତ ସମୟରେ ପରିବାର ଲୋକ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ଆୟୁଷ ଡାକ୍ତର ଙ୍କୁ ଶିଶୁର ଅବସ୍ଥା ସମ୍ବନ୍ଧରେ ଜଣାଇ ଚିକିତ୍ସା କରିବାକୁ କହିଥିଲେ। ଉକ୍ତ ସମୟରେ ଜମନକିରା ରେ ପ୍ରବଳ ବର୍ଷା ହେଉଥିବା ବେଳେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଶିଶୁଟିର ଉତ୍ତମ ଚିକିତ୍ସା ପାଇଁ ସମ୍ବଲପୁର ସଦର ଡାକ୍ତରଖାନା କୁ ନେବାକୁ ରେଫର କରିଥିଲେ ହେଲେ ପରିବାର ନିହାତି ଗରିବ ଶ୍ରେଣୀର ଥିବା ଯୋଗୁଁ ଶିଶୁକୁ ସମ୍ବଲପୁର ସଦର ଡାକ୍ତରଖାନା କୁ ନେବାକୁ ସକ୍ଷମ ନ ଥିବା କହି ଆମ ପାଖରେ ଟଙ୍କା ନାହିଁ କହି ଆମେ ଶିଶୁକୁ ଅନ୍ୟ ଦିନ ସମ୍ବଲପୁର ସଦର ଡାକ୍ତର ଖାନାକୁ ନେବୁ ବାଲି କହିଥିଲେ ଯାହାଫଳରେ ଡାକ୍ତର ଦିଦ୍ୟାରଞ୍ଜନ ବେହେରା ସମ୍ବଲପୁର ନେବା ପାଇଁ ୧୦୮ ଏମ୍ବୁଲାନ୍ସ ଏବଂ ରୋଗୀ ପରିବାରଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ତାଙ୍କୁ ସମ୍ବଲପୁର ସଦର ଡାକ୍ତର ଖାନା କୁ ନେବାକୁ କହିଥିଲେ ଏବଂ ତାଙ୍କୁ ସମ୍ବଲପୁର ଯିବାରେ ଅନ୍ୟାନ୍ୟ ସାହାଯ୍ୟ ମଧ୍ୟ କରିଥିଲେ।

0
0
0
s2sdefault