ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ଛିଡା ହୋଇଛି ଶୁଖିଲା ଥୁଣ୍ଟା ଗଛଟିଏ I କେତେବେଳେ ଯେ କାହା ଉପରେ ପଡ଼ି ଧନ ଜୀବନ ନଷ୍ଟ ହେବ ତାହା କହି ହେବ ନାହିଁ I ତଥାପି ଏଥିପ୍ରତି କାହାର ନଜର ନାହିଁ I ସୂଚନା ପ୍ରକାରେ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇଛି ଶୁଖିଲା ଥୁଣ୍ଟା ଗଛଟିଏ I ଏହି ସ୍ଥାନଟି ଏକ ଜନ ଗହଳି ସ୍ଥାନ ହୋଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ବସ୍, ଟ୍ରକ୍ ଠାରୁ ଆରମ୍ଭ କରି ଦୁଇ ଚକିଆ ମୋଟର୍ ସାଇକେଲ୍, ସାଇକେଲ୍ ଏବଂ ପଥଚାରୀ ମଧ୍ୟ ଯିବା ଆସିବା କରନ୍ତି I ସେବା ସମବାୟ ସମିତି କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ବିଭିନ୍ନ କାମରେ ଶହ ଶହ ଚାଷୀ ମଧ୍ୟ ଆସନ୍ତି I ନିକଟ ଚାହା ଦୋକାନରେ ସ୍ଥାନୀୟ ଲୋକମାନେ ପ୍ରତିଦିନ ଖଟି କରନ୍ତି I କିନ୍ତୁ ସମସ୍ତଙ୍କ ପାଇଁ ବିପଦ ସାଜିଛି ଏହି ଗଛ I କେତେବେଳେ ଏହି ଗଛ କାହା ଉପରେ ପଡ଼ିବ କିଛି କହି ହେବ ନାହିଁ I ତେଣୁ କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଗଛଟିକୁ ହଟାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I
ରାଜ୍ୟ
ରାସ୍ତା ଉପରେ ଶୁଖିଲା ଥୁଣ୍ଟା ଗଛ ; ବିପଦକୁ କରୁଛି ନିମନ୍ତ୍ରଣ
- Hits: 11