ହେଡଲାଇନସ୍:

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ପୁଖାମୁଣ୍ଡା ଗଣ୍ଡପାଲି ଶୈବ ପୀଠରେ ବୋଲବମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ଼ ଜିଲା ବିଜେପୁର ବ୍ଲକ ଟି ଗଣ୍ଡପାଲି ରହିଛି ବାବା ସଣ୍ଡେଶ୍ୱର ଙ୍କ ଶୈବ ପୀଠ l ଏଠି ବର୍ଷର ବିଭିନ୍ନ ସମୟରେ ନାନା ପର୍ବ ପାଳନ କରାଯାଏ । ୧୨ ମାସରେ ୧୩ ପର୍ବ ମଧ୍ୟରୁ ଶ୍ରାବଣ ସ୍ନାନ (ଜଳାଭିଷେକ) ଅନ୍ୟତମ l ଶ୍ରାବଣ ମାସର ପ୍ରଥମ ସୋମବାର ଆଜି (୧୪ ଜୁଲାଇ )ଅବସରରେ ବୋଲବମ ଭକ୍ତଙ୍କ ସହ ଶ୍ରଦ୍ଧାଳୁ ବାବା ସଣ୍ଡେଶ୍ୱରଙ୍କ ଦର୍ଶନ କରି ଜଳାଭିଷେକ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଲମ୍ବାଧାଡ଼ିରେ ଶାନ୍ତିଶୃଙ୍ଖଳା ସହ ଦୀର୍ଘ ସମୟ ଦର୍ଶନ ପାଇଁ ଅପେକ୍ଷା କରିବା ବାବା ଓ ଭକ୍ତଙ୍କ ମଧ୍ୟରେ ଏକ ଭିନ୍ନ ଆସ୍ଥା ଓ ବିଶ୍ୱାସର ପରିବେଶ ଜାଗ୍ରତଙ୍କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟିର ସ୍ବେଛାସେବୀଙ୍କ ସହ ବିଜେପୁର ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସୋମବାର ବୋଲବମ ଧ୍ୱନିରେ କମ୍ପି ଉଠୁଛି ମନ୍ଦିର ପରିସର। ସୋମବାର ପାହାନ୍ତିଆ ୩ଟା ସମୟରେ ବାବାଙ୍କ ଦ୍ୱାର ଖୋଲାଗଲା l ପାଳି ପୂଜକ ସଣ୍ଡେଶ୍ୱର ବାବାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ଯଥାରୀତ ପୂଜାପାଠ ପରେ ଭକ୍ତ ବାବା ଙ୍କ ଦର୍ଶନ କରିଥିଲେ l ମନ୍ଦିର କମିଟି ତରଫରୁ ଭକ୍ତମାନଙ୍କୁ ଚା ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଜେପୁର ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସର ମୃତୟନ ଅଛନ୍ତି l ବିଜେପୁର ଥାନା ଆଇଆଇସି ସୁଶାନ୍ତମଣି ମହାନ୍ତି କହିଛନ୍ତି l

0
0
0
s2sdefault