ହେଡଲାଇନସ୍:

ବିଧାୟକ ଭାଦବ ହାଁସଦାଙ୍କ ଜନ୍ମଦିନ ପାଳନ. ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ : ଶାସକ ପ୍ରଶାସକ: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ମାନ୍ୟବର ଲୋକ ପ୍ରିୟ ବିଧାୟକ ଭାଦବ ହାଁସଦା ଙ୍କ ଜନ୍ମଦିନ ଉତ୍ସବ ପାଳନ କଲେ ବିଜେପି ଝାରପୋଖରିଆ ବିଜେପି କର୍ମକର୍ତ୍ତା । ଏହି ଦିନରେ ବିଧାୟକ ଶ୍ରୀ ହାଁସଦାଙ୍କ ଉପସ୍ଥିତିରେ ପ୍ରଥମେ ରାଜାଲୋକା ସ୍ଥିତ ଶ୍ରୀ ରାମ ମନ୍ଦିର ରେ ପୂଜାପାଠ କରାଯାଇଥିବା ବେଳେ ମାନ୍ୟବର ବିଧାୟକ କୁନି କୁନି ପିଲା ଏବଂ ଆସିଥିବା ସମସ୍ତ କର୍ମୀ ମାନଙ୍କୁ ଲଡୁ ଭୋଗ ବଣ୍ଟନ କରିଥିଲେ । ଝାରପୋଖରିଆ ସ୍ଥିତ ବିଜେପି ଅଫିସ କୁ ଯାଇ ଜନ୍ମ ଦିନ ଟିକୁ ମହାଆଡମ୍ବର ସହକାରେ ଉପସ୍ଥିତ ଥିବା ମଣ୍ଡଳ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ କେକ୍ କାଟି ଜନ୍ମ ଦିନଟିକୁ ପାଳନ କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ମାନ୍ୟବର ବିଧାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଥିବା ବେଳେ ଉପସ୍ଥିତ ଥିବା କର୍ମକର୍ତ୍ତାମାନେ ମଧ୍ୟ ବିଧାୟକ ଭାଦବ ହାଁସଦା ଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନିତ କରିବା ସହିତ ଦିର୍ଘାଉ କାମନା କରିଥିଲେ । ପରବର୍ତ୍ତୀ ସମୟରେ ବିଧାୟକ ଶ୍ରୀ ହାଁସଦା ଉପସ୍ଥିତ ଥିବା ସମସ୍ତଙ୍କୁ ଏକତ୍ରିତ ହୋଇ ଅଞ୍ଚଳର କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହାପରେ ମାନ୍ୟବର ଭାଦବ ହାଁସଦା ଶୀର୍ଷା ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରତ୍ୟେକ ରୋଗୀ ମାନଙ୍କ ପାଖକୁ ଯାଇ ପ୍ରତ୍ୟେକଙ୍କୁ ଫଳ ବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ପଡ଼ାସିଆ ଉପ୍ରା: ବିଦ୍ୟାଳୟରେ ଆମ ଗାଁ ଆମ ବିକାଶ ରେ ଶ୍ରେଣୀ ଗୃହ ଉଦ୍ଘାଟନ କରିବା ସହ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ଗଛ ଲଗାଇଥିଲେ । ଜନ୍ମଦିନ ଉତ୍ସବ ପାଳନ ଅବସରରେ ବିଧାୟକ ଭାଦବ ହାଁସଦା ଙ୍କ ଏଭଳି ପଦକ୍ଷେପ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

0
0
0
s2sdefault