ବରପାଲି :-ବରଗଡ ଜ଼ିଲ୍ଲା ବରପାଲି ରେଳୱେ ଓଭରବ୍ରିଜ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପୁନଃ ଆରମ୍ଭ ହୋଇଛି। ରେଳୱେ ପ୍ଲାଏ ଓଭରବ୍ରିଜ ନିର୍ମାଣ କାମ ପାଇଁ ଜଗନ୍ନାଥ ନଗର ପାର୍ଶ୍ବରେ ଜମି ଚିହ୍ନଟ ପର୍ବ ବହୁଦିନରୁସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଜନସାଧାରଣଙ୍କର ଜମିଦଖଲ ପାଇଁ ସରକାରୀ ସହାୟତା କ୍ଷତିପୂରଣ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା I ସରକାର ପରିବର୍ତ୍ତନ ପରେ ବିଧାୟକ ସନତ ଗଡ଼ତିଆଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରାଇ ନିଜେ ଜଗନ୍ନାଥ ନଗରବାସୀଙ୍କ ସହିତ ଆଲୋଚନା କରି ଏହାର ତୁରନ୍ତ କାର୍ଯ୍ୟ କରାଯିବା ପାଇଁ ପଦକ୍ଷେପ ନେଇଛନ୍ତି ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ lସମସ୍ୟାର ସମାଧାନ ବାଟ ଖୋଲିବାରୁ ଜିଲ୍ଲା ଓ ରାଜସ୍ବ ବିଭାଗ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ଜମିକୁ ନିଜେ ବହୁ ଲୋକ ସ୍ବତଃ ସ୍ବତଃ ନିରୁପଣ କରି ସ୍ଥାନ ଛାଡି ଦେଇଥିଲେ | ହେଲେ ରହି ଯାଇଥିବା ଅନ୍ୟ ଅଂଶରେ ପ୍ରଶାସନ ପକ୍ଷରୁ ଭଙ୍ଗା କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା I ବରପାଲି ରାଜସ୍ବ ଅଧିକାରୀଙ୍କ ସମେତ, ସୁପରଭାଇଜର କବିତା ବହିଦାର, ଟିକେଶ୍ବର୍ ମଲ୍ଲିକ, ବରପାଲି ରାଜସ୍ବ ନିରୀକ୍ଷକ ସେବକ ବାଗ, ଜିଲ୍ଲା ପୁଲିସ ଏସଡିପିଓ, ଆଇଆଇସି ଜୟା ରଶ୍ମି ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ | ବହୁ ଦିନରୁ ରେଳୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା l ପୁନଃ ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଥିବାରୁ ବ୍ରିଜ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେବା ଆଶାରେ ଲୋକ ଖୁସିବ୍ୟକ୍ତ କରିଛନ୍ତି।