ଭୁବନେଶ୍ୱର, ୩୦ ଜୁନ୍, ୨୦୨୫: ଡାକ୍ତର ମାନେ ସବୁ ସମୟରେ ଆମଙ୍କୁସୁସ୍ଥ ରହିବା ପାଇଁ ଉପଯୁକ୍ତ ପରାମର୍ଶ ଦେଇଥାନ୍ତି । ଡାକ୍ତରକେତେବେଳେ ଆମକୁ ହସ ହସ ମୁହଁରେ ତ କେବେ ସମସ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପରାମର୍ଶ ଦେଇଥାନ୍ତି, କିନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ସେ ସର୍ବଦା ଯତ୍ନଶୀଳ। ସମୟ ସହିତ, ସେମାନଙ୍କ ଦେଇଥିବା ପରାମର୍ଶ ଆମର ଦୈନନ୍ଦିନ ଅଭ୍ୟାସର ଏକ ଅଂଶ ପାଲଟିଯାଏ। ଏହି ଡାକ୍ତର ଦିବସରେ, ଆସନ୍ତୁ ସେହି ଡାକ୍ତରମାନଙ୍କୁ ଧନ୍ୟବାଦ ଦେବା ଯେଉଁମାନେ ଆମକୁ କେବଳ ଔଷଧ ନୁହେଁ - ସେମାନେ ଆମକୁ ବଞ୍ଚିବାର ଉତ୍ତମ ଉପାୟ ଦେଇଛନ୍ତି। ଡାକ୍ତରମାନେ କେବଳ ଆମକୁ ସୁସ୍ଥ କରନ୍ତି ନାହିଁ; ସେମାନେ ଆମକୁ ସୁସ୍ଥ ରହିବା ପ୍ରଣାଳୀ ମଧ୍ୟ ଶିଖାଇଥାନ୍ତି।
ଡାକ୍ତରମାନେ ଆମକୁ ପ୍ରଥମେ ପାଟିର ଯତ୍ନ ନେବା ପାଇଁ ପରାମର୍ଶ ଦିଅନ୍ତି । କାରଣ ମୁଖ ସ୍ୱାସ୍ଥ୍ୟ କେବଳ ଦାନ୍ତ ପର୍ଯ୍ୟନ୍ତ ସୀମିତ ନୁହେଁ - ଏହା ଆପଣଙ୍କ ହୃଦୟ, ରୋଗ ପ୍ରତିରୋଧକ ଶକ୍ତି ଏବଂ ସମଗ୍ର ଶରୀରର ସ୍ୱାସ୍ଥ୍ୟ ସହିତ ଜଡିତ। ପ୍ରକୃତରେ, ଆଜିକାଲି ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ଅଧିକାଂଶ ପ୍ରମୁଖ ରୋଗର ପ୍ରଥମ ଲକ୍ଷଣ ପ୍ରାୟତଃ ପାଟିରେ ଦେଖାଯାଏ।
ଦିନରେ ଦୁଇଥର ଦାନ୍ତ ଘଷିବା ସହଜ ମନେହୁଏ, କିନ୍ତୁ ଏହା ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବାର ସର୍ବୋତ୍ତମ ଉପାୟ ମଧ୍ୟରୁ ଗୋଟିଏ। ଡାକ୍ତରମାନେ ଟୁଥପେଷ୍ଟ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି ଯାହା ନିରାପଦ ଏବଂ ପ୍ରଭାବଶାଳୀ। ଏପରି କ୍ଷେତ୍ରରେଲବଙ୍ଗ, ଗୋଲମରିଚ ଏବଂ ଶୁଣ୍ଠି ଭଳି ପାରମ୍ପରିକ ଆୟୁର୍ବେଦିକ ଉପାଦାନରେ ତିଆରି, “ଡାବର ରେଡ୍ ପେଷ୍ଟ”ଅଟେ ସର୍ବୋତ୍ତମ ପସନ୍ଦ । ଏହି ଟୁଥପେଷ୍ଟ କେବଳ ପ୍ରାକୃତିକ ନୁହେଁ ବରଂ ବୈଜ୍ଞାନିକ ଉପାଯରେ ପରୀକ୍ଷିତ ଏବଂ ଭାରତୀୟ ଦନ୍ତ ସଂଘ (IDA) ଦ୍ୱାରା ଅନୁମୋଦିତ।
ତେଣୁ, ପ୍ରତ୍ୟେକ ଥର ବ୍ରଶ୍ କରିବା ସମୟରେ ମନେରଖନ୍ତୁ - ଆପଣ କେବଳ ଦାନ୍ତ ସଫା କରୁନାହାଁନ୍ତି, ଆପଣ ଡାକ୍ତରଙ୍କ ଦ୍ଵାରା ପ୍ରଦତ୍ତ ସବୁଠାରୁ ବିଶ୍ୱସ୍ତ ପରାମର୍ଶଗୁଡ଼ିକ ମଧ୍ୟରୁ ଗୋଟିଏକୁ ଅନୁସରଣ କରୁଛନ୍ତି। ସମସ୍ୟା ଆରମ୍ଭ ହେବା ପୂର୍ବରୁ ଆପଣ ପ୍ରଥମେନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କେବଳ ଆମେ ଅସୁସ୍ଥ ଥିବା ସମୟରେ ଆମର ଚିକିତ୍ସା କରିବା ପାଇଁ ନୁହେଁ, ବରଂ ପ୍ରତିଦିନ ସୁସ୍ଥ ରଖିବା ପାଇଁ ଏକ ଉତ୍ତମ ଅଭ୍ୟାସ ପାଳନ ଦିଗରେ ଆମକୁ ପ୍ରେରଣା ଯୋଗାଉଥିବାରୁ ଏହି ଡାକ୍ତର ଦିବସରେ, ଆସନ୍ତୁ ସେମାନଙ୍କୁ ସମ୍ମାନ ଜଣାଇବା ସହିତ ଧନ୍ୟବାଦ ଜ୍ଞାପନ କରିବା।
ରାଜ୍ୟ
ଚିକିତ୍ସା ନୁହେଁ, ସୁସ୍ଥ ଜୀବନ ବଞ୍ଚିବା ଶିଖାଇଥିବା ଡାକ୍ତରଙ୍କୁ ସଲାମ
- Hits: 48