ହେଡଲାଇନସ୍:

ଶରଧାବାଲିରେ ଘଟଣାସ୍ଥଳ ପରିଦର୍ଶନ କଲା କଂଗ୍ରେସ ସ୍ବତନ୍ତ୍ର କମିଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ

  • ମୃତକଙ୍କ ପରିବାରକୁ ୫୦ ଲକ୍ଷ ଏବଂ ଗୁରୁତର ଭାବେ ଆହତଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଦାବି କଲା କମିଟି

ପୁରୀ ତା ୨୯/୬ (ଅନିମେଶ ପଟ୍ଟନାୟକ): ରବିବାର କଂଗ୍ରେସର ସ୍ବତନ୍ତ୍ର କମିଟି ଶରଧାବାଲି ଘଟଣାସ୍ଥଳ ବୁଲି ଦେଖିଛନ୍ତି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ,ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା,ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ନୂତନ ଏସପି ପିନାକ ମିଶ୍ରଙ୍କ ସହ ଆଇନ ଶୃଙ୍ଖଳା ନେଇ ଆଲୋଚନା କରିଥିଲେ । ପରେ ସେଠାରୁ ହସ୍ପିଟାଲ ଯାଇ ଆହତ ମାନଙ୍କୁ ଭେଟିଥିଲେ । ମହାପ୍ରଭୁଙ୍କ ପାଖରେ ଆହତଙ୍କ ଆଶୁ ଆରୋଗ୍ଯ କାମନା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

ମୃତକ ମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସ୍ଵତନ୍ତ୍ର ସହାୟତା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ୨୫ ଲକ୍ଷ ଟଙ୍କା ସ୍ଵତନ୍ତ୍ର ସହାୟତା ଦାବି କରିଥିଲା ଟିମ୍ । ସରକାର ଏ ମର୍ମନ୍ତୁଦ ଘଟଣା ପାଇଁ ସଂପୂର୍ଣ୍ଣ ଦାୟୀ ହୋଇଥିବା ବେଳେ ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ମାତ୍ର କେତେକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଙ୍କ ମୁଣ୍ଡରେ ପରିଚାଳନା ଦାଇତ୍ୱ ନ୍ୟସ୍ତ ଥିବା ଦୃଷ୍ଟିରୁ ନୈତିକତା ଦୃଷ୍ଟିରୁ ସେମାନେ ଇସ୍ଥଫା ଦିଅନ୍ତୁ ବୋଲି ଟିମ୍ ଦାବି କରିଛି। ମାସକ ଭିତରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଜି ଅପରାହ୍ନରେ ଆଇନ ମନ୍ତ୍ରୀ ଘୋଷଣା କରିଛନ୍ତି।କିଏ ତଦନ୍ତ କରିବେ ଏବଂ କିଭଳି ତଦନ୍ତ କରାଯିବ ସେ ସମ୍ପର୍କରେ କିଛି ନ କହି ସରକାର କି କାର୍ଯ୍ୟାନୁଷ୍ଠାନ ନେବେ - ଟିମ୍ ଏହା ପ୍ରଶ୍ନ କରିଛି। ନୀଳାଦ୍ରି ବିଜେ ପରେ ୧୦ ଦିନ ମଧ୍ୟରେ ଘଟଣାର କାର୍ଯ୍ୟରତ ଜିଲ୍ଲା ଜଜଙ୍କ ଦ୍ଵାରା ତଦନ୍ତ କରାଯାଇ ସୁପାରିଶ ଭିତରେ କାର୍ଯ୍ୟାନୁଷ୍ଠନ ହେଉ ବୋଲି ଦାବି କରିଛନ୍ତି। ପିସିସି ଟିମ୍ ପ୍ରଦେଶ କଂଗେସ ସଭାପତି ଭକ୍ତ ଚରଣ ଦାସଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି।ବାହୁଡ଼ା,ସୁନାବେଶ ଓ ନୀଳାଦ୍ରି ବିଜେ ପର୍ବ ସୁରୁଖୁରୁରେ ସମାପନ ହେଉ ବୋଲି କାମନା କରିବା ସହ ସମସ୍ତ ସାଢେ଼ ଚାରି କୋଟି ଓଡ଼ିଶା ବାସି ଓ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରିଛନ୍ତି।

ପୁରୀ ଜିଲ୍ଲା ସଂଯୋଜକ ରାଜେଶ ମିଶ୍ର,ଗୋପ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନୀଳମଣି ପ୍ରଧାନ,ସୁଜିତ୍ ମହାପାତ୍ର,ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ନଗର କଂଗ୍ରେସ ଦୁଇ ସଭାପତି ଅମରେନ୍ଦ୍ର ପାଇକରାୟ,ବିଶ୍ଵନାଥ ଦାସ,ସ୍ଵାଧୀନ ପଣ୍ଡା,ରଜତ ସାହୁ,ସିତାଂଶୁ ଦାସ ,ବିଶ୍ଵ କେଶନ ହରିଚନ୍ଦନ ମହାପାତ୍ର,ନିରଞ୍ଜନ ବିଶ୍ୱାଳ, ଅବିନାଶ ମିଶ୍ର,ଚେତନ ମିଶ୍ର,ସୁକାନ୍ତ ପ୍ରଧାନ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ

0
0
0
s2sdefault