ଜଟଣୀ ଏବଂ କେଉଁଝର ମଧ୍ୟରେ ହେବ ଫାଇନାଲ ଖେଳ
ଓଡ଼ଗାଁ,୨୮।୬(ଶ୍ରୀକାନ୍ତ କୁମାର ମିଶ୍ର) :ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରଥମ ଡେଭିଡ ପ୍ରତିହାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ଶନିବାର ୩ୟ ଦିନର ପ୍ରଥମ ପର୍ଯ୍ୟାୟ ଲିଗ ମ୍ୟାଚରେ କେଉଁଝର ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତି ନେଇଥିଲା । ଫଳରେ ବଲାଙ୍ଗୀର ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୨ ଓଭରରୁ ୧୧.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ୭୯ ରନ କରିଥିଲା । ଏହାର ମୁକାବିଲା କରିବାକୁ ଯାଇ କେଉଁଝର ଦଳ ୬ ଓଭରରେ ୧ ଓ୍ବିକେଟ ବିନିମୟରେ ୮୦ ରନ କରି ମ୍ୟାଚ ବିଜୟ ହାସଲ କରିଥିଲେ । ବିଜୟୀ ଦଳର ରାକେଶ ଜେନା ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ ।ସେହିପରି ଆଜି ଟୁର୍ଣ୍ଣାମେଣ୍ଟର ଆଜି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ କେଉଁଝର ଓ ପୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେଉଁଝର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ପୁରୀ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଯାଇ ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୦୪ ରନ କରିଥିଲେ । ଏହାର ମୁକାବିଲାରେ କେଉଁଝର ଦଳ ନିର୍ଦ୍ଧାରିତ ୧୧.୪ ଓଭରରେ ୭ ଓ୍ବିକେଟ ବିନିମୟରେ ୧୦୫ ରନ କରି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ବିଜୟୀ ଦଳର ଭାଗିରଥି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଜ୍ଞାନ ରଞ୍ଜନ ସ୍ୱାଇଁ ଏବଂ ଶ୍ରୀକାନ୍ତ କୁମାର ଆଜିର ଖେଳ ପରିଚାଳନା କରିଥିଲେ। ବଲାଙ୍ଗୀର ଦଳର ଜଣେ ଜାତୀୟ ସ୍ତରର ଖେଳାଳି ଛୋଟାଆକାଶଙ୍କୁ ଖେଳ ମଣିଷ ତଥା ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଦିବାକର ନାୟକଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ।