ରଥଯାତ୍ରା ମହାବିଭ୍ରାଟ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ରଥଯାତ୍ରା ସ୍ମରଣୀୟ ଓ ଦିବ୍ୟ ଅନୁଭବ ହେବ ବୋଲି କହି ମହାବିଭ୍ରାଟ କଲେ

  •  ସମ୍ବାଦିକଙ୍କୁ ସରକାର ନିମନ୍ତ୍ରଣ କରି ପୋଲିସ୍ ଦ୍ୱାରା କ୍ଷତାକ୍ତକଲେ

  •  ଦଳୀୟନେତାଙ୍କୁ ଅତ୍ୟଧିକକର୍ଡନ ପାସ୍ ରଥଟଣାରେ ବାଧକ ହେଲା

  •  ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରନ୍ତୁ ସରକାର


ଭୁବନେଶ୍ୱର, ୨୮/୦୬/୨୦୨୫: ଚଳିତ ବର୍ଷ ତ୍ରୁଟିଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବଏବଂ ଏକ ଦିବ୍ୟ ଅନୁଭୂତି ନେଇଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ଅବ୍ୟବସ୍ଥିତ ଓ ମହା ବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲା ବୋଲି ବିଜୁ ଜନତାଦଳ କହିଛି ।
ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି (ମୁଖ୍ୟାଳୟ) ତଥା ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଯଥା ସମୟରେ ସେବାୟତଙ୍କ ଦ୍ୱାରା ପହଣ୍ଡି ସମ୍ପନ୍ନ ହୋଇଥିଲେ ମଧ୍ୟ, ସରକାରଙ୍କ ଅପାରଗତା ଲାଗି ଶରଧାବାଲିରେ ୩ ରଥ ପହଞ୍ଚିବା ତ ଦୂରର କଥା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରୁଘୁଞ୍ଚି ପାରିଲା ନାହିଁ । ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଥମଥର ପାଇଁ ଅତ୍ୟଧିକସଂଖ୍ୟାରେକର୍ଡନ ପାସ୍ ବଣ୍ଟନ, ରଥଟଣାରେ ବିଭ୍ରାଟ ସୃଷ୍ଟିକଲା । ରଥ ନିକଟରେ ବହୁସଂଖ୍ୟାରେ ଦଳୀୟ ନେତାଙ୍କଭିଡ଼ ପରିଲକ୍ଷିତହୋଇଥିଲା । ସାମ୍ବାଦିକମାନଙ୍କୁ ସରକାର ନିମନ୍ତ୍ରଣ କରି ପୋଲିସ୍ ଦ୍ୱାରା ମାଡ଼ ମରାଇ ଲହୁଲୁହାଣ କରିବା ରଥଯାତ୍ରା ଇତିହାସରେ ପ୍ରଥମ । ଅନେକବରିଷ୍ଠ ଓ ମହିଳା ସାମ୍ବାଦିକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଭିଡ଼ ନିୟନ୍ତ୍ରଣରେ ସରକାରଙ୍କ ପାରଦର୍ଶିତା ଅଭାବରୁ ଶହଶହ ସଂଖ୍ୟାରେ ଭକ୍ତ ଆହତହୋଇଛନ୍ତି ଓ କିଛିଭକ୍ତ ମଧ୍ୟ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ପ୍ରଶାସନ ତୁରନ୍ତ ସ୍ପଷ୍ଟ କରନ୍ତୁ ରଥଯାତ୍ରାରେ କେତେ ସଂଖ୍ୟକ ଭକ୍ତ ମୃତାହତ ହୋଇଛନ୍ତି ।
ଶ୍ରୀଜେନା ଆହୁରି କହିଥିଲେ ଯେ, ବିଡ଼ମ୍ବନାର ବିଷୟ ଏହି ଘଟଣା ପରେ ଉଭୟ ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି “ଏହା ପ୍ରଭୁଙ୍କ ଇଚ୍ଛା”ରୁ ହୋଇଛି ।ଯାହା କେବେ ଘଟିନଥିଲା, ସେଭଳି ବିଭ୍ରାଟ ଚଳିତ ବର୍ଷ ରଥଯାତ୍ରାରେ ଘଟିଲା । ମହାପ୍ରଭୁ ଅଣସର ଘରେ ଥିବା ସମୟରେ ୩ ଠାକୁରଙ୍କ ପାଇଁ ଲାଗି ହେବା ମୋଦକ ଚୋରିହେଲା ଓ ମାରା ମୋଦକ ମହାପ୍ରଭୁଙ୍କୁ ଅର୍ପଣ କରାଗଲା ବୋଲି ସେବାୟତଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ଓ ପ୍ରଶାସନ ଅସ୍ୱୀକାରକଲେ । ଗତବର୍ଷ ରଥଯାତ୍ରା ପହଣ୍ଡିସମୟରେବଡ଼ଠାକୁର ରଥରୁ ପଡିÿଯିବାର ତଦନ୍ତ ରିପୋର୍ଟ ଆଜିଯାଏଁସାର୍ବଜନୀନ ହେଲା ନାହିଁ । ଗତବର୍ଷର ଅଘଟଣରୁ ଶିକ୍ଷା ଲାଭ କରି ସରକାର ଯଦି ସତର୍କ ହୋଇଥାନ୍ତେ, ତାହେଲେ ଚଳିତବର୍ଷ ଏଭଳି ବିଭ୍ରାଟ ହୋଇନଥାନ୍ତା । ଏହି ବିଭ୍ରାଟର ନୈତିକ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀତୁରନ୍ତ ଇସ୍ତଫା ଦିଅନ୍ତୁ ।

0
0
0
s2sdefault