ବାସୁଦେବପୁର - ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ନାହାଁନ୍ତି ଆବଶ୍ୟକତା ଅନୁସାରେ ଡାକ୍ତର, ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ବାସୁଦେବପୁର ସମେତ ଧାମରା ସହ ବିଭିନ୍ନ ଦୂର ଦୁରନ୍ତ ର ଲୋକେ। ବହୁ ବିଭାଗ ର ଡାକ୍ତର ଅଭାବ ଯୋଗୁଁ ଲୋକ ମାନଙ୍କୁ ଭଦ୍ରକ ଓ କଟକ ଯିବାକୁ ପଡ଼ି ଥାଏ, ଡାକ୍ତର ଖାନା ର ସମସ୍ୟା ସହ ଶବ୍ ବ୍ୟବଚ୍ଛେଦ କେନ୍ଦ୍ର ର ସମସ୍ୟା କୁ ନେଇ ଯୁବ କଂଗ୍ରେସ ପକ୍ଷ ରୁ ବୁଧବାର ରେ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆଗ ରେ ଗଣ ଧାରଣା ଦିଆ ଯାଇଛି। ଏହି ଗଣ ଧାରଣା ରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଡ ଦେବସ୍ମିତା ଶର୍ମା ଉପସ୍ଥିତ ରହି ଯୋଗ ଦାନ କରିଥିଲେ।
ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ମହାକୁଡ଼ ଙ୍କ ସଂଯୋଜନା ରେ ଆୟୋଜିତ ଗଣ ଧାରଣା କାର୍ଯ୍ୟ କ୍ରମ ରେ ନଗର କଂଗ୍ରେସ ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ, ଯୁବ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହୁରା, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସିଦ୍ଧାନ୍ତ ଦାସ,ସରପଂଚ ସୁବାସ ସନ୍ଧି ବିଗ୍ରହ, ଅଚ୍ୟୁତାନନ୍ଦ ପାଢ଼ୀ, ମଞ୍ଜୁଲତା ପଣ୍ଡା, ଅକ୍ଷୟ ବାରିକ୍, ରମେଶ ଚନ୍ଦ, ହରିଶଙ୍କର ପଟ୍ଟନାୟକ, ଚନ୍ଦନ ନାୟକ , ଛାତ୍ର କଂଗ୍ରେସ ସଭାପତି ମନୋରଂଜନ ପାଢ଼ୀ ଙ୍କ ସହ ବହୁ ଯୁବ କଂଗ୍ରେସ, ମହିଳା କଂଗ୍ରେସ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହି ଗଣ ଧାରଣା ରେ ସାମିଲ ହୋଇଥିଲେ। ପରେ ଭଦ୍ରକ ସି ଡି ଏମ ଓ ଙ୍କ ପ୍ରତିନିଧି ଧାରଣା ସ୍ଥଳ କୁ ଯାଇ ଆଲୋଚନା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ।











